
ନବରଙ୍ଗପୁର: ନବରଙ୍ଗପୁର ଜିଲା ପାପଡାହାଣ୍ଡି ସହିଦ ପୀଠ ପରିସରରେ ୧୦୦ ଫୁଟ ଉଚ୍ଚରେ ଜାତୀୟ ପତାକା ଉଡ଼ିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନବରଙ୍ଗପୁର ଜିଲା ପାପଡାହାଣ୍ଡି ତୁରୀ ନଦୀ କୂଳରେ ଥିବା ସହିଦ ମିନାର ପରିସରରେ ୧୦୦ ଫୁଟ ଉଚ୍ଚତାରେ ଜାତୀୟ ପତାକା ଉଡ଼ିବ। ଏଥି ଜାତୀୟ ପତାକାର ଓସାର ୩୦ ଫୁଟ ଏବଂ ଲମ୍ବ ୨୦ଫୁଟ ରହିଛି। ଆଜି ଏହାର ଶୁଭାରମ୍ଭ କରାଯାଇଛିା
ବିଗତ ୨୦୨୦ ମସିହା ଶହୀଦ ଦିବସ ଅବସରରେ ଶହୀଦ ମିନାର ପରିସରରେ ଏକ ବିରାଟ ଜାତୀୟ ପତାକା ସ୍ଥାପନ କରିବାପାଇଁ ଆଦିବାସୀ ଶହୀଦ ସଂସ୍କୃତି କେନ୍ଦ୍ର ସଭାପତି ତଥା ସଂଗ୍ରାମୀ ଶହୀଦ ସ୍ମୃତି ସାଂସଦ କାର୍ୟ୍ୟକାରୀ ସଭାପତି ମୁନା ତ୍ରିପାଠୀ ପ୍ରସ୍ତାବ ଦେଇଥିଲେ । ଚଳିତ ବର୍ଷ ଅଗଷ୍ଟ ୨୪ ଶହୀଦ ଦିବସ ଅବସରରେ ସାଂସଦ ରମେଶ ଚନ୍ଦ୍ର ମାଝୀ ଶହୀଦ ମିନାର ପରିସରରେ ଜାତୀୟ ପତାକା ସ୍ଥାପନ ପାଇଁ ନିଜ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ମଂଜୁର କରିବା ନେଇ ଘୋଷଣା କରିଥିଲେ। ଘୋଷଣା କରିବାର ଅଳ୍ପ ଦିନ ମଧ୍ୟରେ କାର୍ୟ୍ୟ ଆଜି ଆରମ୍ବ କରାଯାଇଛି। ଆସନ୍ତା ଏକ ସପ୍ତାହ ମଧ୍ୟରେ କାର୍ୟ୍ୟ ସମ୍ପାଦନ ହେବ ବୋଲି ଆଶା କରାଯାଉଛି । ଏହି ବିରାଟ ଜାତୀୟ ପତାକା ଜାତୀୟ ସ୍ମାରକୀ ହୋଇ ସବୁଦିନ ପାଇଁ ରହିବ ବୋଲି ସାଂସଦ ଶ୍ରୀ ମାଝୀ କହିଛନ୍ତି। ଏଥିପାଇଁ ସାଂସଦ ଙ୍କୁ ଶହୀଦ ସ୍ମୃତି କମିଟି ଏବଂ ଜିଲ୍ଲାବାସୀ ଧନ୍ୟବାଦ ଜଣାଇଛନ୍ତି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍