December 22, 2024

ପୁଣି ଆଉ ୩ ମାସ ବଢ଼ିଲା ଏମସ୍ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ କାର୍ଯ୍ୟକାଳ

 

ନୂଆଦିଲ୍ଲୀ ୨୩।୬: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ୍‌) ଦିଲ୍ଲୀଙ୍କ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆଙ୍କ କାର୍ଯ୍ୟକାଳ ଗୁରୁବାର ଆଉ ୩ ମାସ ସମ୍ପ୍ରସାରିତ ହୋଇଛି। ଏମସ୍‌ ନିର୍ଦ୍ଦେଶକ ପଦବୀ ଲାଗି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀମଣ୍ଡଳ ନିଯୁକ୍ତି କମିଟି (ପିସିସି) ଜୁନ ୨୦ ତାରିଖ ଦିନ ନାମର ଏକ ବ୍ୟାପକ ପାନେଲ ଦାବି କରିବା ପରେ ଏହି ସେବା ବିସ୍ତାର ହୋଇଛି। ଡା. ଗୁଲେରିଆ ୨୮ ମାର୍ଚ୍ଚ ୨୦୧୭ରେ ୫ ବର୍ଷ ନିମନ୍ତେ ଏମସ୍‌ଙ୍କ ନିର୍ଦ୍ଦେଶକ ନିଯୁକ୍ତ ହୋଇଥିଲେ। ଗତ ମାର୍ଚ୍ଚ ୨୪ ତାରିଖରେ ତାଙ୍କର କାର୍ଯ୍ୟକାଳ ସମାପ୍ତ ହୋଇଯାଇଛି।

ତେବେ ମାର୍ଚ୍ଚ ୨୪ ବେଳକୁ ଏମସ୍‌ଙ୍କ ନିର୍ଦ୍ଦେଶକ ସ୍ଥିର ହୋଇପାରିନଥିବାରୁ ଡା. ଗୁଲେରିଆଙ୍କ କାର୍ଯ୍ୟକାଳ ୩ମାସ ସମ୍ପ୍ରସାରଣ କରାଯାଇଥିଲା।  ହେଲେ ଏହି ଅବଧିରେ ମଧ୍ୟ ପିସିସି ନିର୍ଦ୍ଦେଶକ ମନୋନୟନ କରି ପାରି ନଥିବା ବେଳେ ନାମର ବ୍ୟାପକ ତାଲିକା ମାଗି ପଠାଇବା ଯୋଗୁ ପୁଣି କାର୍ଯ୍ୟକାଳ ସମ୍ପ୍ରସାରଣ କରାଯାଇଛି। ଗତ ମାର୍ଚ୍ଚ ମାସରେ ସର୍ଚ୍ଚ କମ୍ ସିଲେକ୍ସନ କମିଟିଙ୍କ ଦ୍ୱାରା ମନୋନୀତ ତଥା ଶୀର୍ଷ ନିର୍ଣ୍ଣାୟକ ସଂସ୍ଥାଙ୍କ ଦ୍ୱାରା ସ୍ଥିରିକୃତ ୩ ଡାକ୍ତରଙ୍କ ନାମ ମଧ୍ୟରୁ ଜଣକୁ ଚୟନ ନିମନ୍ତେ ପିସିସିଙ୍କୁ ପଠା ଯାଇଥିଲା।

ତେବେ ମିନିଷ୍ଟ୍ରି ଅଫ ପର୍ସନେଲ ଙ୍କ ଡିଓପିଟି ଜୁନ ୨୦ ତାରିଖ ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କୁ ପଠାଇଥିବା ଏକ କାର୍ଯ୍ୟାଳୟ ଜ୍ଞାପନରେ ନାମର ବ୍ୟାପକ ପ୍ୟାନେଲ ପଠାଇବାକୁ ନିବେଦନ କରିଛନ୍ତି। ତେବେ ପଠାଯାଇଥିବା ୩ ଡାକ୍ତରଙ୍କ ନାମରେ ଏଣ୍ଡୋକ୍ରିନୋଲଜି ବିଭାଗର ପ୍ରମୁଖ ଡାକ୍ତର ନିଖିଲ ଟଣ୍ଡନ, ଏମସ୍ ଟ୍ରମା ସେଣ୍ଟର ଓ ହାଡ ରୋଗ ବିଭାଗର ମୁଖ୍ୟ ଡା. ରାଜେସ ମଲହୋତ୍ରା ଓ ଗ୍ୟାଷ୍ଟ୍ରୋଏଣ୍ଟରୋଲଜିର ପ୍ରଫେସର ପ୍ରମୋଦ ଗର୍ଗଙ୍କ ନାମ ଥିଲା।

Spread the love