July 1, 2025

ପୁଣି ସଲ୍ଲୁ-କ୍ୟାଟ୍ ଇଲୁ ଇଲୁ

 

ସଲମାନ୍ ଖାନ୍‌ଙ୍କ ‘ଟାଇଗର୍‌-୩’ ଚଳଚ୍ଚିତ୍ରରେ କ୍ୟାଟ୍ରିନା କୈଫ୍ ନାୟିକା ସାଜିଛନ୍ତି। ତୁର୍କୀରେ ସୁଟିଂ ହେଇଥିବା ଗୀତଦୃଶ୍ୟ ‘ଜିନେ କେ ହେଁ ଚାର ଦିନ୍’ର ଭିଡିଓକୁ ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ତାଙ୍କ ପ୍ରଶଂସକମାନଙ୍କୁ ଆକୃଷ୍ଟ କରିବାକୁ ଚାହିଛନ୍ତି। ମୁକ୍ତିଲାଭ ଅପେକ୍ଷାରେ ଥିବା ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ ଓ ‘ଫୋନ୍ ଭୂତ’ରେ ମଧ୍ୟ ସେ ଲିଡ୍‌ରୋଲରେ ଅଛନ୍ତି। ଶୁଣିବାକୁ ମିଳୁଛି କ୍ୟାଟ୍ରିନା ନୂଆ ଫିଲ୍ମ ‘ଜି ଲେ ଜାରା’ରେ ମଧ୍ୟ ପ୍ରମୁଖ ଭୂମିକାରେ ଆସୁଛନ୍ତି। ସୁଟିଂ ସାରି ତୁର୍କୀକୁ ବାଏ ବାଏ କଲାବେଳେ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ତାହା ତାଙ୍କ ଫ୍ୟାନମାନଙ୍କୁ ଚକିତ କରିଛି।

Spread the love