July 1, 2025

ପୂର୍ବ ଭାରତରେ ଏସ୍‌ସିବି ପ୍ରଥମ: ୨ଟି ପୋଷ୍ଟ ଡକ୍ଟରାଲ ଡିଏନ୍‌ବି ସିଟ୍‌କୁ ସ୍ୱୀକୃତି

 

କଟକ : ଏସ୍‌ସିବି ମେଡିକାଲ କଲେଜର କ୍ଲିନିକାଲ ଇମ୍ୟୁନୋଲୋଜି ଏବଂ ରୁମାଟୋଲୋଜି ବିଭାଗର ପୋଷ୍ଟ ଡକ୍ଟରାଲ ଡିଏନବି ପାଠ୍ୟକ୍ରମ ପାଇଁ ୨ଟି ସିଟ୍‌କୁ ସ୍ବୀକୃତି ମିଳିଛି। ଫଳରେ ପ୍ରତି ବର୍ଷ ଦୁଇ ଜଣ ଡାକ୍ତରୀ ଛାତ୍ର ପୋଷ୍ଟ-ଡକ୍ଟରାଲ୍ ତାଲିମ୍ ପାଇଁ ରାଷ୍ଟ୍ରୀୟ ପରୀକ୍ଷା ବୋର୍ଡ଼ (ଏନବିଇ) ଦ୍ୱାରା ଯୋଗ୍ୟ ବିବେଚିତ ହେବେ। ଚଳିତ ବର୍ଷ ନଭେମ୍ବର ମାସର ୧୩ ଏବଂ ୧୪ ତାରିଖରେ ନିଟ୍‌-ଏସ୍‌ଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ଭେଷଜ ସ୍ନାତକୋତ୍ତର ଛାତ୍ରଛାତ୍ରୀ ମାନେ ଆଗାମୀ ବର୍ଷରୁ ରୁମାଟୋଲୋଜି ତାଲିମ୍ ପାଇଁ ସୁଯୋଗ ପାଇବେ। ରାଷ୍ଟ୍ରୀୟ ପରୀକ୍ଷା ବୋର୍ଡ ଦ୍ୱାରା ରୁମାଟୋଲୋଜିରେ ତାଲିମ୍ ପ୍ରଦାନ ପାଇଁ ଅନୁମୋଦନ ପାଇବାରେ ପୂର୍ବଭାତର ପ୍ରଥମ ସରକାରୀ ମେଡିକାଲ କଲେଜ ଭାବେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ଏହି ସଫଳତା ମିଳିଛି।

Spread the love