October 22, 2024

Satya News

odia news channel

ପେଟ୍ରୋଲ-ଡିଜେଲ୍ ଚିନ୍ତା ଯିବ ! ଖୁବ ଶୀଘ୍ର ଆସିବ ରେନୋ କ୍ୱିଡର ଇଲେକ୍ଟ୍ରିକ୍ ଭର୍ସନ

 

ନୂଆଦିଲ୍ଲୀ ୨୫/୩: ରେନୋର ୫ ସିଟର କାର୍ କ୍ୱିଡକୁ ଭାରତରେ ବହୁତ ପସନ୍ଦ କରାଯାଏ । ଏବେ କମ୍ପାନୀ ଏହି କାରର ଇଲେକ୍ଟ୍ରିକ୍ ମଡେଲ ଆଣିବାକୁ ପ୍ରସ୍ତୁତ ହେଉଛି । ପ୍ରଥମ ଥର ରେନୋ କ୍ୱିଡ୍ ଇଲେକ୍ଟ୍ରିକ୍ ବ୍ରାଜିଲରେ ଟେଷ୍ଟିଂ ସମୟରେ ନଜର ଆସିଥିଲା ଯାହାର ନାଁ Kwid E-Tech । ଚୀନରେ ଏହି କାରକୁ ସିଟି କେ-ଜେଡଇ ନାଁରେ ବିକ୍ରି କରାଯାଏ । ଏହି ନୂଆ ଇଲେକ୍ଟ୍ରିକ୍ କାର କ୍ୱିଡ୍ ଫେସଲିଫ୍ଟ ଉପରେ ଆଧାରିତ କିନ୍ତୁ ଏହାର ଆଗ ଗ୍ରିଲ୍ ଏବଂ ଅନେକ ପାର୍ଟ ଚୀନର ମଡେଲ ଭଳି ନଜର ଆସେ । କମ୍ପାନୀ ଏପର୍ଯ୍ୟନ୍ତ କ୍ୱିଡ୍ ଇ-ଟେକର କୌଣସି ଟେକନିକ୍ ତଥ୍ୟ ସେୟାର କରିନି । ତେବେ ସୂଚନା ଅନୁସାରେ ୟୁରୋପୀୟ ମାର୍କେଟ୍ ପାଇଁ ଏହାକୁ ଦମଦାର୍ ପାୱରଟ୍ରେନ୍ ଭାବେ ମାର୍କେଟକୁ ଆଣିପାରେ କମ୍ପାନୀ ।

ଖୁବଶୀଘ୍ର ଭାରତରେ ହେବ ଲଞ୍ଚ୍

ୟୁରୋପରେ ବିକ୍ରି ହେଉଥିବା ଇଲେକ୍ଟ୍ରିକ୍ ହ୍ୟାଚବ୍ୟାକ୍ ୪୪ ହର୍ସପାୱର ଏବଂ ୧୨୫ ଏନଏମ୍ ପିକ୍ ଟର୍କ ଜେନେରେଟ୍ କରିଥାଏ । ଏହି କାରରେ ୨୬.୮ କିଲୋୱାଟ୍-ଆର୍ ବ୍ୟାଟେରୀ ପ୍ୟାକ୍ ଲଗାଯାଇଛି ଯାହା କି ସିଙ୍ଗଲ ଚାର୍ଜରେ ପ୍ରାୟ ୩୦୦ କିମି ରେଞ୍ଜ ଦେଇଥାଏ । ସିଟିର ଜେଡଇରେ ମଧ୍ୟ ଏହି ବ୍ୟାଟେରୀ ପ୍ୟାକ୍ ଦିଆଯାଇଛି ଯାହା ୨୭୧ କିମି ରେଞ୍ଜ ଦେଇଥାଏ । କମ୍ପାନୀ କହିଛି ଯେ ନୂଆ କାରରେ ଛୋଟ ବ୍ୟାଟେରୀ ଲଗାଯିବ । ଏହା ଦମଦାର ହେବା ସହ କମ୍ ସମୟରେ ଚାର୍ଜ ମଧ୍ୟ ହୋଇପାରିବ । ୨୦୨୦ରେ ରେନୋ କହିଥିଲା କି ଆଗାମୀ ୨ ବର୍ଷରେ ଇଲେକ୍ଟ୍ରିକ୍ କ୍ୱିଡ୍ ଭାରତରେ ମଧ୍ୟ ଲଞ୍ଚ୍ ହୋଇପାରେ ।

ନୂଆ ଇଭି ଲଞ୍ଚ୍ କରିବା ପାଇଁ ପ୍ରସ୍ତୁତ ହେଉଛି ରେନୋ

ରେନୋ ଇଣ୍ଡିଆ ବର୍ତ୍ତମାନ ଭାରତୀୟ ମାର୍କେଟରେ ସମ୍ପୂର୍ଣ୍ଣ ରୂପେ ଇଲେକ୍ଟ୍ରିକ୍ ପ୍ରିମିୟମ୍ ମେଗେନ୍ ଇ-ଟେକ୍ କ୍ରସଓଭର ଲଞ୍ଚ୍ କରିବା ଉପରେ ବିଚାର କରୁଛି । ଭାରତରେ ୨୦୧୫ରୁ ରେନୋ କ୍ୱିଡ୍ ଭଲ ପ୍ରଦର୍ଶନ କରୁଛି ଏବଂ କମ୍ପାନୀର ସବୁଠାରୁ ଅଧିକ ବିକ୍ରି ହେଉଥିବା ମଡେଲ୍ ତାଲିକାର ସର୍ବପ୍ରଥମ ସ୍ଥାନରେ ରହିଛି । ୨୦୧୯ରେ ଏହି କାରର ଫେସଲିଫ୍ଟ ମଡେଲ୍ ଦେଶକୁ ଆଣିଥିଲା କମ୍ପାନୀ । ଏହା ପରେ ଏଥିରେ ୨ ପେଟ୍ରୋଲ ଇଞ୍ଜିନ୍ ମିଳିଲା, ଏଥିରେ ୫୪ ହର୍ସପାୱର ବିଶିଷ୍ଟ ୦.୯ ଲିଟର ଏବଂ ୬୮ ହର୍ସପାୱର ବିଶିଷ୍ଟ ୧.୦ ଲିଟର ଇଞ୍ଜିନ୍ ସାମିଲ । ଏହି ଇଞ୍ଜିନ୍ ୫-ସ୍ପିଡ୍ ମାନୁଆଲ୍ ସହିତ ୫ ସ୍ପିଡ୍ ଅଟୋମେଟିକ୍ ଗିୟରବକ୍ସ ସହିତ ଆସିଥାଏ । ଏହାର ମୁକାବିଲା ଡାଟସନ୍ ରେଡିଗୋ ଏବଂ ମାରୁତି ଅଲ୍ଟୋ ଭଳି କାର୍ ସହିତ ହୋଇଥାଏ ।

Spread the love