
ନୀଳଗିରି ୨୯।୦୭: ନୀଳଗିରି କୋର୍ଟ ବର୍ଜନ କରିଛନ୍ତି ୨ଟି ଓକିଲ ସଂଘ । ଆଇନଜୀବୀଙ୍କୁ ମାଡ଼ ପ୍ରତିବାଦରେ କୋର୍ଟ ବର୍ଜନ କରିଛି ସଂଘ । ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ପ୍ରତିବାଦ କରି ଏହି ଆନ୍ଦୋଳନ ଡ଼ାକରା ଦିଆଯାଇଛି । ଯଦି ଦାବି ପୂରଣ ନହୁଏ, ତେବେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।
ଖବର ଅନୁଯାୟୀ,ଆଇନଜୀବୀ ଧୀରେନ୍ଦ୍ର କୁମାର ଦାସଙ୍କୁ ପୋଲିସ ମାଡ଼ ମରିଥିଲେ । ଏନେଇ ସୋର ଥାନା ଅଧିକାରୀଣୀ ଓ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ନେଇ ଏସ୍ପି ଓ ଆଇଜିଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଇତିମଧ୍ୟରେ ଘଟଣାରେ ୨୦ରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏହାର ପ୍ରତିବାଦ ସ୍ୱରୁପ ବାଲେଶ୍ୱର ଜିଲ୍ଲାର ଆଇନଜୀବୀମାନେ ଏକାଠି ହୋଇଛନ୍ତି ।
ଏପରିକି ଗୁରୁବାର ନୀଳଗିରି ବାର ଏସୋସିଏସନ ଓ ସବ ଡିଭିଜନାଲ ବାର ଏସୋସିଏସନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ କୋର୍ଟ ବର୍ଜନ କରିଛନ୍ତି। ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ସଂଘ ସୂଚନା ଦେଇଛି । ସମୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନନିଅନ୍ତି, ତାହେଲେ ଆଗକୁ ଆନ୍ଦୋଳନ ଉଗ୍ରରୂପ ନେବ ବୋଲି ୨ଟି ସଂଘ ଚେତାବନୀ ଦେଇଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍