April 20, 2025

ପୋଖରୀରେ ବୁଡି ନାବାଳକଙ୍କ ମୃତ୍ୟୁ, ଗାଧୋଇବା ବେଳେ ଅଘଟଣ

 

ସାନଖେମୁଣ୍ଡି ୨୨।୧୨: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆଡପଡା ପଂଚାୟତ ବାଲିଆରେ ପୋଖରୀରେ ବୁଡି ନାବାଳକଙ୍କ ମୃତ୍ୟୁ । ମୃତ ନାବାଳକ ହେଲେ ବାଲିଆ ଗ୍ରାମର ଡାକ ମହାଙ୍କୁଡ଼ଙ୍କ ପୁତ୍ର ନାରାୟଣ ମହାକୁଡ । ତାଙ୍କ ବୟସ ୫ ବର୍ଷ । ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡି ମୃତ୍ୟୁ ହୋଇଛି । ଗ୍ରାମବାସୀ ପୋଖରୀରୁ ଉଦ୍ଧାର କରି ଆଡପଡ଼। ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଖବର ଶୁଣି ମେଡ଼ିକାଲରେ ପରିବାର ଲୋକଙ୍କ ନିକଟରେ ପହଁଚିଲେ ଆସିକା ସାଂସଦ ପ୍ରମିଳା ବିଷୋୟୀ । ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ । ପୋଲିସର ତଦନ୍ତ ଆରମ୍ଭ କରିଛି । ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇବାର ବ୍ୟବସ୍ଥା କରାଯାଇଛି। ସରକାରୀ ସହାୟତା ସମ୍ପୂର୍ଣ୍ଣ ଦିଆଯିବ ବୋଲି ସୂଚନା ମିଳିଛି ।

Spread the love