September 8, 2024

Satya News

odia news channel

ପ୍ରତିରକ୍ଷା ବାହିନୀ ମୁଖ୍ୟ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳିି

 

ବଡ଼ମ୍ବା: ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରି ଶହିଦ ହୋଇଥିବା ପ୍ରତିରକ୍ଷା ବାହିନୀ ମୁଖ୍ୟ (ସିଡିଏସ) ବିପିନ ରାୱତଙ୍କ ସମେତ ଅନ୍ୟ ସାଥୀ ଜୱାନଙ୍କୁ ବଡ଼ମ୍ବା ମୋହନ ସୁବୁଦ୍ଧି ମହାବିଦ୍ୟାଳୟରେ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ମହାବିଦ୍ୟାଳୟରେ ଜାତୀୟ ସମରଶିକ୍ଷାର୍ଥୀ ବାହିନୀ (ଏନସିସି) ଆନୁକୂଲ୍ୟରେ ଏହି ଉପଲକ୍ଷେ ଅନୁଷ୍ଠିତ ଶୋକସଭାରେ ଅଧ୍ୟକ୍ଷ କୁମାରେଶ ରଥଙ୍କ ସମେତ ସହକର୍ମୀମାନେ ସ୍ୱର୍ଗତ ରାୱତଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପରେପରେ ଦିବଂଗତ ଶହିଦଙ୍କ ଅମରଅତ୍ମାକୁ ଶ୍ରଦ୍ଧାଞ୍ଜଳି ଜଣାଇ ୨ମିନିଟ ନିରବପ୍ରାର୍ଥନା କରାଯାଇଥିଲା। ବିଭାଗୀୟ ଅଧ୍ୟାପକ କ୍ୟାପଟେନ ସୁଧୀର କୁମାର ମହାରଣାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ପୁଷ୍ପଲତା ପାଣିଗ୍ରାହୀ, ସରିତା ସାହୁ, ଅଧ୍ୟାପକ ମାୟାଧର ରଥ, ମାନଗୋବିନ୍ଦ ପାତ୍ର, କରୁଣାକର ରାଉତଙ୍କ ସମେତ ସମର ଶିକ୍ଷାର୍ଥୀ ବାହିନୀ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

Spread the love