July 12, 2025

ଫୁଲୁଛି ଋଷିକୂଲ୍ୟା, ତଳିଆ ଅଞ୍ଚଳ ବୁଲି ସ୍ଥିତି ଯାଞ୍ଚ କଲେ ତହସିଲଦାର

 

ଗଞ୍ଜାମ, ୧୪।୦୯ : ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ବିଭିନ୍ନ ନଦୀର ଜଳପତନ ବୃଦ୍ଧି ପାଉଛି । ଗତ ୩ ଦିନ ଧରି ଗଞ୍ଜାମରେ ଲଗାଣ ବର୍ଷା ପ୍ରଭାବରେ ବିଭିନ୍ନ ନଦୀ ଫୁଲୁଛି ।

ଋଷିକୂଲ୍ୟା ନଦୀରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଦେଖାଦେଇଛି। ପୁରୁଷୋତ୍ତମପୁର ଜଳ ସଂପଦ କମିଶନରଙ୍କ ସୂଚନା ଅନୁସାରେ, ଋଷିକୂଲ୍ୟା ନଦୀର ବିପଦ ସଂକେତ ୧୬. ୮୩୫ ଏବଂ ସତର୍କ ସୂଚନା ୧୫.୮୩୫ ଥିବା ବେଳେ ବର୍ତ୍ତମାନ ଜଳସ୍ତର ୧୪.୯୬ ରହିଛି।

ସେହିପରି ଉପର ମୁଣ୍ଡରେ ବର୍ଷା ଜାରି ରହିଥିବାରୁ ଜଳସ୍ତର ଆହୁରି ବଢିବା ଆଶଙ୍କା କରାଯାଉଛି  । ଏନେଇ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପୁରୁଷୋତ୍ତମପୁର ତହସିଲଦାର ତଳିଆ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଏଡାଇବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରୀଯାଇତିବା ସୂଚନା ମିଳିଛି ।

Spread the love