July 13, 2025

ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲର ବଡ଼ ନିଷ୍ପତି, ଆନ୍ଧ୍ର ନିର୍ମାଣ କରିବ ଆନିକଟ

 

ଭୁବନେଶ୍ୱର: ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ନେରାଡିଠାରେ ଆନିକଟ ନିର୍ମାଣ ପାଇଁ ଆନ୍ଧ୍ରପ୍ରଦେଶକୁ ଅନୁମତି ଦେଇଛନ୍ତି । ଟ୍ରିବ୍ୟୁନାନାଲର ନିଷ୍ପତ୍ତି ଅନୁଯାୟୀ, ବ୍ୟାରେଜରେ ଦୁଇଟି ମୁଖ୍ୟ ସ୍ଲୁଇସ ଫାଟକ ରହିବ । ଆନ୍ଧ୍ରପ୍ରଦେଶର ଜଳସେଚନ ବ୍ୟବସ୍ଥା ପାଇଁ ବାମପଟେ ଓ ଓଡିଶା ପାଇଁ ଦକ୍ଷିଣ ପାର୍ଶ୍ୱରେ ମଧ୍ୟ ଅନୁରୂପ ସ୍ଲୁଇସ୍ ଫାଟକ ରହିବ ।

ଆନ୍ଧ୍ର-ଓଡ଼ିଶା ବଂଶଧାରା ଜଳ ବିବାଦ ଦୀର୍ଘ ବର୍ଷ ଧରି ଚାଲି ଆସିଛି । ଏହାର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରାଯାଇଛି । ପୂର୍ବରୁ ଏହି ବିବାଦ ନେଇ ଅନେକ ଥର ଶୁଣାଣି ହୋଇଛି । ହେଲେ ସମାଧାନ ହୋଇପାରି ନାହିଁ । ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ ପରେ  ଏହି ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ୍‌ ଡ. ମୁକୁନ୍ଦକମ୍ ଶର୍ମା ।

Spread the love