February 15, 2026

ବଅଁରପାଳ ବ୍ଲକ ସମ୍ମୁଖରେ ପଥଚାରୀକୁ ଧକ୍କା ଦେଲା ଏଲପିଜି ଟ୍ୟାଙ୍କର, ପଥଚାରୀଙ୍କ ମୃତ୍ୟୁ

 

ବଅଁରପାଳ: ବଅଁରପାଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଥଚାରୀକୁ ଧକ୍କା ଦେଲା ଏଲପିଜି ଟ୍ୟାଙ୍କର। ଧକ୍କା ଦେବା ପରେ ଘଟଣା ସ୍ଥଳରେ ପଥଚାରୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଅଁରପାଳ ପୋଲିସ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ ପଥଚାରୀ ଜଣଙ୍କ ନାମ ଜଗବନ୍ଧୁ  ଦେହୁରୀ ବୋଲି ଜଣାପଡ଼ିଛି। ଜଗବନ୍ଧୁ ବଅଁରପାଳ ଅଞ୍ଚଳରେ ଅଲା ସାହୁଙ୍କ ଘରେ ଭଡାରେ ରହୁଥିଲେ। ଆଜିକୁ ୩୦ ବର୍ଷ ହେବ ସେ ବଅଁରପାଳ ଅଞ୍ଚଳରେ ରହିଆସୁଛନ୍ତି। ଜଗବନ୍ଧୁ ଦେହୁରୀ ତାଙ୍କ ଘର ମାଲିକଙ୍କ ଦୋକାନରେ ସେ କାମ କରୁଥିଲେ। ମୁଖ୍ୟ ଚିକିତ୍ସାଳୟରେ ଜଗବନ୍ଧୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲା। ତାଙ୍କ ମୃତ୍ୟୁ ଖବର ଶୁଣି ବଅଁରପାଳ ଟାମଡା ମାର୍କେଟ ଅଞ୍ଚଳ ବ୍ୟବସାୟୀମାନେ ଶୋକ ପ୍ରକାଶ କରିଛନ୍ତି।

Spread the love