
ଭଦ୍ରକ ୯।୮: ଦିନକୁ ଦିନ ବଢୁଛି ଆବାସ ଯୋଜନାର ତାଲିକାକୁ ନେଇ ବିବାଦ । ଅନେକ ଯୋଗ୍ୟ ହିତାଧିକାରୀ ବାଦ ପଡୁଥିବା ନେଇ ଅଭିଯୋଗ ବଢିବାରେ ଲାଗିଛି । ଏବେ ବିଜେପି ଆବାସ ଯୋଜନାରେ ଅନିୟମିତତାକୁ ନେଇ ବାରମ୍ବାର ଅଭିଯୋଗ ପରେ ଏବେ ନୂଆ ରଣନୀତି ଅପଣାଇଛି ।
ଅବାସ ଯୋଜନାରୁ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କୁ ନେଇ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବିଜେପି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବ । ଭଣ୍ଡାରିପୋଖରୀଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ନେତା । ତେବେ ଅବାସ ଯୋଜନା ପାଇଁ ଯୋଗ୍ୟ ହୋଇଥିବା ସତ୍ତ୍ବେ ବାଦ ପଡିଥିବା ହିତାଧିକାରୀ ନିଜ ଆବେଦନପତ୍ର ସହ ଭଣ୍ଡାରିପୋଖରୀ ବ୍ଲକ ସମ୍ମୁଖରେ ଆସନ୍ତା ୧୧ ତାରିଖରୁ ଗାଁ ଅନଶନରେ ବସିବେ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍