September 20, 2024

Satya News

odia news channel

ବଣାଇ ଲହୁଣିପଡାରେ ଆମ୍ବୁଲାନ୍ସ-ଅଟୋ ମୁହାଁମୁହିଁ ଧକ୍କା: ୨ ମୃତ, ୮ ଗୁରୁତର

ବଣାଇ: ସୁନ୍ଦରଗଡ଼ ଜିଲା ବଣାଇ ବ୍ଲକ୍‌ ଲହୁଣୀପଡ଼ା ଥାନାର ପୋଇଗା ବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ହାଟ ସାରି ଅଟୋରେ ଗାଁକୁ ଫେରୁଥିବାବେଳେ ବାଟରେ ଏକ ଆମ୍ବୁଲାନ୍ସ ସହ ମୁହାଁମୁହିଁ ଧକ୍କା ହେଲା। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ମୃତକଙ୍କ ପରିଚୟ ମିଳିଛି। ମୃତକମାନେ ହେଲେ ମାଳତୀ କିସାନ(୫୫) ଓ ପ୍ରିୟଙ୍କା ସାହୁ(୧୮)। ସେମାନେ ବଣାଇରେ ହାଟ ସାରି ଅଟୋରେ ନିଜ ଗ୍ରାମ ପୋଇ ଓ ରାଇକଲା ପୋଷକୁ ଫେରୁଥିବାବେଳେ ଅଟୋ ଓ ଆମ୍ବୁଲାନ୍ସ ମୁହାଁମୁହିଁ ଦୁର୍ଘଟଣା ହୋଇଥିଲା। ଉଭୟ ଗାଡ଼ି ପରସ୍ପରକୁ ଧକ୍କା ଦେବା ପରେ ରାସ୍ତାରୁ ପ୍ରାୟ ୨୦ ଫୁଟ ତଳକୁ ଖସି ପଡ଼ିଥିଲା। ଫଳରେ ଅଟୋରେ ବସିଥିବା ଲୋକେ ବାହାରକୁ ଛିଟକି ପଡିଥିଲେ । ତୁରନ୍ତ ଦମକଳବାହିନୀ ଘଟଣାସ୍ଥଳରେ ପହଁଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରିଥିଲା । ଦୁର୍ଘଟଣାରେ ଅଟୋଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା।
ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଣାଇ ଡାକ୍ତରଖାନା ପଠାଇଥିଲେ। ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ। ବଣାଇ ଡାକ୍ତରଖାନାରେ ଗୁରୁତରମାନଙ୍କର ଚିକିତ୍ସା ଚାଲିଛି।

Spread the love