
ବଲାଙ୍ଗୀର ୧୪।୯: ବଲାଙ୍ଗୀରର ତୁଷୁରା ଥାନା ଅନ୍ତର୍ଗତ ଜାମୁଟ ଗାଁରୁ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି । ଏକ ବନ୍ଦ ଘରୁ ଅର୍ଦ୍ଧଦଗ୍ଧ ମୃତଦେହ ଠାବ କରାଯାଇଛି । ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ଜାମୁଟ ରାସ୍ତାରେ ବନ୍ଦ ପଡିଥିବା ଘରୁ ଅର୍ଦ୍ଧଦଗ୍ଧ ମୃତଦେହ ଠାବ କରାଯାଇଛି । ଉକ୍ତ ଘରଟି ଏକ ନିଛାଟିଆ ସ୍ଥାନରେ ରହିଥିବା ବେଳେ ପ୍ରାଥମିକ ତଦନ୍ତରୁ ଏହା ହତ୍ୟା ବୋଲି ଜଣାପଡିଛି । ଖବର ପାଇ ତୁଷୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍