
ଭୁବନେଶ୍ବର: ଏସଟିଏଫ୍ ଏକ ଅନ୍ତଃରାଜ୍ୟ ଚୋରା ବନ୍ଧୁକ ରାକେଟରେ ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି। ଦୁଇ ଚୋରା ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍।
ପ୍ରାପ୍ତ ସୂଚନା ଅନୁଯାୟୀ, ଖୋର୍ଦ୍ଧାରେ ବନ୍ଧୁକ ବିକ୍ରି ପାଇଁ ଡିଲ୍ ଚାଲିଥିବାର ଖବର ପାଇ ଏସଟିଏଫ୍ ଘଟଣାସ୍ଥଳରେ ପହଞ୍ଚି ଦୁଇ ଚୋରା ବନ୍ଧୁକ ବେପାରୀଙ୍କୁ ଧରିଥିଲା। ଏସଟିଏଫ। ଏଥିସହ ୧୦ଟି ଚୋରା ବନ୍ଧୁକ ସହ ୮ ରାଉଣ୍ଡ ଗୁଳି ଓ ବାଇକ ଜବତ ବି କରାଯାଇଛି । ତେବେ ଏହି ବନ୍ଧୁକ କାହା ପାଖକୁ ଅଣାଯାଉଥିଲା, କିଏ ଏହି ଡିଲ୍ରେ ସାମିଲ ଥିଲେ ସେ ନେଇ ପୁଲିସ ପକ୍ଷରୁ କିଛି ସୂଚନା ଦିଆଯାଇନାହିଁ।
ଖୋର୍ଦ୍ଧା ରଣପୁର ସୀମାରୁ ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଲେ ବସନ୍ତ ମହାରଣା ଓ କୃଷ୍ଣଚନ୍ଦ୍ର ଶ୍ରୀଚନ୍ଦନ। ଉଭୟଙ୍କ ମଧ୍ୟରୁ ପୂର୍ବରୁ ଜଣେ ଗିରଫ ହୋଇଥିଲେ ବୋଲି ଜଣାଯାଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍