
ମୁମ୍ବାଇ : ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ପରଲୋକ ହୋଇଛି । ହୃଦଘାତ ଯୋଗୁଁ ତାଙ୍କର ପରଲୋକ ହୋଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା ।
୨୦୨୦ରେ ତାଙ୍କର ବ୍ରେନଷ୍ଟ୍ରୋକ ହେବା ପରେ ସେ ନିୟମିତ ଭାବେ ଅସୁସ୍ଥ ରହୁଥିଲେ । ପକ୍ଷାଘାତ ଯୋଗୁଁ ତାଙ୍କ ଶରୀରର କିଛି ଅଂଶ ଅଚଳ ହୋଇପଡ଼ିଥିଲା । ୧୯୭୮ରେ କିସା କୁର୍ସି କା ଚଲଚ୍ଚିତ୍ରରୁ ସେ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ସେ ତିନୋଟି ବଲିଉଡ ଚଳଚ୍ଚିତ୍ର ତମସ, ମାମୋ ଓ ବଧାଇ ହୋ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ସେ ମଧ୍ୟ ଲୋକପ୍ରିୟ ଟିଭି ସିରିଏଲ ବାଲିକା ବଧୁ ପାଇଁ ଘରେ ଘରେ ପରିଚିତ ହୋଇପାରିଥିଲେ । ନେଟଫ୍ଲିକ୍ସର ଘୋଷ୍ଟ ସିରିଜରେ ସେ ଶେଷ ଥର ପାଇଁ ଅଭିନୟ କରିଥିଲେ ।
୨୦୨୦ରେ ଅସୁସ୍ଥ ହେବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ସମୟରେ ତାଙ୍କୁ ଆର୍ଥିକ ସହାୟତା କରିବାକୁ ଅନେକ ଲୋକ ଆଗେଇ ଆସିଥିଲେ । କିନ୍ତୁ ସେ ଆର୍ଥିକ ସହାୟତା ଗ୍ରହଣ କରିବାକୁ ମନା କରିଦେଇଥିଲେ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍