July 7, 2025

ବର୍ଷାରେ ଭାଙ୍ଗିଲା ଘର ଅଳ୍ପକେ ବର୍ତିଲେ ପରିବାର

 

ଲାଞ୍ଜିଗଡ଼ : ଗତ ରାତିରେ ହୋଇଥିବା ବର୍ଷା ଓ ପବନରେ ଲାଞ୍ଜିଗଡ଼ ବ୍ଳକ ବିଜେପୁର ପଞ୍ଚାୟତ ସ୍ଥିତି ପ୍ରଧାନୀପଡାର ଡାଳ ହରିଜନଙ୍କ ଘର ଗତ ରାତିରେ ଭାଙ୍ଗି ଯାଇଛି। ଘରେ ଶୋଇଥିବା ସମୟରେ ମଧ୍ୟରାତ୍ରରେ ଏହି ଅଘଟଣ ଘଟିଥିଲା। ଫଳରେ ଘରେ ଶୋଇଥିବା ଏହି ପରିବାର ସ୍ତ୍ରୀ ମନଦେଇ ହରିଜନଙ୍କ ସହିତ ଦୁଇଟି ନାବାଳିକା ଝିଅ ଓ ଗୋଟିଏ ନାବାଳକ ପୁଅ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି। ଘରେ ଥିବା ଆବାସ ପତ୍ର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ ବିଜେପୁର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ ପହଞ୍ଚି ପରିବାରଙ୍କୁ ସମବେଦନା ଜଣାଇଥିଲେ। ପୂର୍ବରୁ ଏହି ପରିବାରଙ୍କୁ ଆବାସ ଯୋଜନାରେ ଘର ଖଣ୍ଡେ ମଧ୍ୟ ମିଳିନାହିଁ। ବର୍ତ୍ତମାନ ଘର ଭୁଶୁଡି ପଡିବାରୁ ଏହି ପରିବାର ବେସାହାରା ହୋଇ ପଡିଛନ୍ତି। ପ୍ରଶାସନ ଏହି ଅସହାୟ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଦାବି କରିଛନ୍ତି।

Spread the love