
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଜାରି ରହିଛି ଲଗାଣ ବର୍ଷା। ସହର ଭିତରେ ସଠିକ ଡ୍ରେନେଜ ସୁବିଧା ନଥିବାରୁ ବର୍ଷା ଜଳ ଠିକ୍ ଭାବରେ ନିଷ୍କାସିତ ହୋଇପାରୁନି, ଯାହାଫଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ସହରର ବିଭିନ୍ନ ପଡାରେ ଘର ଭିତରକୁ ପଶିଛି ଡ୍ରେନପାଣି ମିଶା ବର୍ଷା ଜଳ। ସହରର ମାଳପଡାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଡ୍ରେନ ଓ କଲଭର୍ଟ ତିଆରି କରାଯାଇଛି। କିନ୍ତୁ ଠିକଠାକ କାମ ହୋଇନଥିବାରୁ ଡ୍ରେନରେ ପାଣି ନିଷ୍କାସନ ହୋଇପାରୁନଥିବା ଲୋକେ ଅଭିଯୋଗ କରିଛନ୍ତି। ଗତକାଲି ରାତିରୁ ଘର ଭିତରକୁ ପାଣି ପଶିଯାଇଛି। ଘର ଭିତରେ ଡ୍ରେନ ପାଣି ଲହଡ଼ି ମାରୁଛି। ଏହା ଫଳରେ ଲୋକେ ନାହିଁନଥିବା ଅସୁଵିଧାର ସମ୍ମୁଖୀନ ହେଉଛନ୍ତି। ସହରର ରାଜୀବନଗର, ତୁଳସୀନଗର, ମାଳପଡା, ନାଳଖଣ୍ଡିପଡା, ଆଦର୍ଶପଡା, ମାଳପଡା, ଚିମନୀଭାଟି ପଡା ଭଳି ବିଭିନ୍ନ ପଡାରେ ଲୋକଙ୍କ ଘରକୁ ପାଣି ପଶିଛି।
କେବଳ ବଲାଙ୍ଗୀର ସହର ନୁହେଁ, ଜିଲ୍ଲାର ବିଭିନ୍ନ ଜାଗାରେ ବର୍ଷାର ବିତ୍ପାତ ଦେଖିବାକୁ ମିଳିଛି। କେଉଁଠି ଘର ଭାଙ୍ଗିଛି, ତ ପୁଣି କେଉଁଠି ଜଳବନ୍ଦୀ ଜୀବନ। ସେପଟେ ପରିସ୍ଥିତି ଉପରେ ନଜର ରଖାଯାଇଛି, ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉଛି, ଶୀଘ୍ର ପରିସ୍ଥିତି ସୁଧୁରିଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍