
ଭୁବନେଶ୍ବର: ଜୁଲାଇ ୧୬ ତାରିଖରେ ଆଂଶିକ ତାଲାବନ୍ଦର ଅବଧି ଶେଷ ହେଉଛି। ତେଣୁ ଆଜି ସାଢ଼େ ଦୁଇଟା ବେଳେ ରାଜ୍ୟରେ କୋଭିଡ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟ କରି ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି।
ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କରୋନା କଟକଣାକୁ ଦୃଷ୍ଟିରେ ରଖି ‘ଏ’ କାଟାଗୋରୀରେ ଥିବା ୨୦ଟି ଜିଲ୍ଲାରେ ମଧ୍ୟରେ ବସ ଚଳାଚଳ କରୁଥିବା ବେଳେ ଆସନ୍ତା କାଲି ଠାରୁ ସମସ୍ତ ଜିଲ୍ଲାରୁ ଜିଲ୍ଲାକୁ ବସ ଚଳାଚଳ କରିବ। ତେବେ ବସରେ ଯେତିକି ସିଟ ରହିଥିବ ସେତିକି ଲୋକଙ୍କୁ ନେଇ କୋଭିଡ କଟକଣା ମାନି ବସ ଚଳାଚଳ କରିବ।
କରୋନା କାଳରେ ଜୀବନ ଓ ଜୀବିକା ଦୁଇଟି ମଧ୍ୟରେ ସରକାର ସମନ୍ନୟ ରଖିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଜନସାଧାରଣ ବି ଏତିପ୍ରତି ସମର୍ଥନ କରିବା ଉଚିତ। ରାଜ୍ୟରେ ଏବେବି ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ। ଏଥିପାଇଁ ରାଜ୍ୟ ସରକାର କଟକଣା ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍