
ବନ୍ତଳା: ଅନୁଗୁଳ ସଦର ଥାନା ଅଧିନ ସାବଳଭଙ୍ଗା ନିକଟରେ ଆଜି ସନ୍ଧ୍ୟାରେ ବାଇକ୍କୁ ଦ୍ରୁତଗାମୀ ଯାତ୍ରୀବାହୀ ଅଟୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ ଅନୁଗୁଳ ଟାଉନ୍ ଥାନା ଅଧିନ ହୁଲୁରିସିଙ୍ଗା ଗାଁର ବୋଲି ଜଣାପଡ଼ିଛି।।
ସୂୂଚନା ଅନୁସାରେ ବାଇକ ଆରୋହୀ ଯୁବକଙ୍କ ସାଥୀରେ ଜଣେ ୨ ମହିଳା ଓ ୧୦ ବର୍ଷର ବାଳିକାଙ୍କୁ ନେଇ ବନ୍ତଳା ପଟରୁ ଅନୁଗୁଳ ଅଭିମୁଖେ ବାହାରିଥିଲେ। ବିପରୀତ ଦିଗରୁ ଦ୍ରୁତଗାମୀ ଅଟୋ ଯାଉଥିଲା। ସାବଳଭଙ୍ଗା ନିକଟରେ ଅଟୋର ଚାଳକ ଭାରସାମ୍ୟ ହରାଇ ବାଇକ୍କୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିିଁ ବାଇକ୍ ଆରୋହୀ ଓ ବାଳିିକାର ମୃତ୍ୟୁ ହୋଇଥିଲା। ଅଟୋ ଚାଳକ ଓ ବାଇକ୍ ଥିବା ୨ ମହିଳା ଆହତ ହୋଇଛନ୍ତି। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଁଚିଛି। ଆହତ ୩ ଜଣଙ୍କୁୁ ଅନୁୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଚାପା ଉତ୍ତେଜନା ଦେଖାଯାଇଥିବା ବେଳେ ଉଭୟ ପାର୍ଶ୍ବରୁ ଯାନବାହନ ଚଳାଚଳ ବନ୍ଦ ରହିଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍