September 20, 2024

Satya News

odia news channel

ବାରହା ଶିକାର ପରେ ଚାଲିଥିଲା ଭାଗବଣ୍ଟା : ୫ ଜଣକୁ ମାଡିବସିଲା ବନ ବିଭାଗ, ୩ ଫେରାର

 

କୋରାପୁଟ ୨୩।୯: କୋରାପୁଟ ସଦର ଥାନା କଟାସ ଜାନିଗୁଡାଠାରେ ବଣ ବାରହା ଶିକାର ମାମଲାରେ ୫ ଜଣକୁ ଗିରଫ କରାଯାଇଛି। କୋରାପୁଟ ଜଙ୍ଗଲ ବିଭାଗ ପକ୍ଷରୁ ଚଢାଉ ବେଳେ ଗିରଫ ହୋଇଛନ୍ତି ୫ ଅଭିଯୁକ୍ତ। ମୃତ ବାରହା ଜବତ କରିବା ସହ ୫ ଜଣକୁ ଗିରଫ କରିଛି  ।

ନିକଟସ୍ଥ ଜଙ୍ଗଲରୁ ଶିକାର କରି ନଦୀ କୂଳରେ ଭାଗବଣ୍ଟା ବେଳେ ଅତର୍କିତ ଚଢ଼ାଉ କରିଥିଲେ ବନ ବିଭାଗର ସ୍ବତନ୍ତ୍ର ଟିମ୍ । ତେବେ ଉକ୍ତ ଘଟଣାରେ ୮ ଜଣ ଥିବାବେଳେ କେବଳ ୫ ଜଣକୁ ହିଁ କାବୁ କରିଥିଲା ଏହି ଟିମ୍ । ତିନି ଜଣ ଫେରାର ଥିବା ସୂଚନା ମିଳିଛି । କୋରାପୁଟ ସଦର ଥାନାରେ ମାମଲା ଦାୟର ହେଲା ପରେ ବନ ବିଭାଗ ଦ୍ଵାରା ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର ରୋହିତ କୁମାର କହିଛନ୍ତି ।

Spread the love