September 20, 2024

Satya News

odia news channel

ବାଲେଶ୍ବର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ହେଲା ସବ୍‌-ସୋନିକ୍‌ କ୍ରୁଜ୍‌ ମିସାଇଲ ନିର୍ଭୟର ପରୀକ୍ଷଣ

 

ଚାନ୍ଦିପୁର: ବାଲେଶ୍ବର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚ ପ୍ୟାଡ଼ରୁ ଆଜି ପରୀକ୍ଷା କରାଯାଇଛି ସବ୍‌-ସୋନିକ୍‌ କ୍ରୁଜ୍‌ ମିସାଇଲ ନିର୍ଭୟ। ମଧ୍ୟାହ୍ନ ୨ଟା ୨୫ ମିନିଟ୍ ସମୟରେ ଏହି କ୍ଷେପଣାସ୍ତ୍ରକୁ ଡ଼େଭଲପ୍‌ମେଣ୍ଟ ପରୀକ୍ଷା କରାଯାଇଛି । ତଥ୍ୟ ସଂଗ୍ରହ ପାଇଁ ଖଞ୍ଜା ଯାଇଥିବା ରାଡ଼ାରରୁ ମିଳିଥିବା ତଥ୍ୟକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି । ନିର୍ଭୟ ମିସାଇଲକୁ ଆଜି ୭୫୦ରୁ ୧ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତାରେ ପରୀକ୍ଷା କରାଯାଇଛି ।

Spread the love