
ଭୁବନେଶ୍ବର ୯।୮: ଅଲ୍ ଓଡିଶା ଟେଣ୍ଟ, କ୍ୟାଟର, ଫ୍ଲାଓ୍ବାର, ଲାଇଟ୍ ଆଣ୍ଡ୍ ସାଉଣ୍ଡ ଆସୋସିଏନର ଧାରଣା । ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ସଂଘର କର୍ମକର୍ତ୍ତା । ବାହାଘର, ବ୍ରତଘର, ଶୁଦ୍ଧିକ୍ରିୟା, ସାମାଜିକ କାର୍ଯ୍ୟକ୍ରମରେ ଲୋକଙ୍କର ସଂଖ୍ୟା ବଢାଇବାକୁ ଦାବି ହୋଇଛି । ଏ ନେଇ ଲୋୟର ପିଏମଜିରେ ସଂଘ ପକ୍ଷରୁ ଧାରଣା ଦିଆଯାଇଛି ।
ଅଗଷ୍ଟ ମାସର ଗାଇଡ୍ ଲାଇନ୍ ଅନୁଯାୟୀ ଅନେକ କଟକଣା କୋହଳ କରାଯାଇଛି । ମଲ୍, ସିନେମା ହଲ୍, ଦୋକାନ ବଜାର ଆଦି ଖୋଲି ଦିଆଯାଇଛି । ସମସ୍ତ କଟକଣା କୋହଳ କରାଯାଇଛି । କିନ୍ତୁ ଏହିସବୁ କାର୍ଯ୍ୟକ୍ରମ ଉପରୁ କଟକଣା କୋହଳ କରାଯାଇନାହିଁ । ଫଳରେ ଟେଣ୍ଟ, କ୍ୟାଟର, ଫ୍ଲାଓ୍ବାର, ଲାଇଟ୍ ଆଣ୍ଡ୍ ସାଉଣ୍ଡ ଆଦିରେ କାମ କରୁଥିବା ଲୋକମାନେ ନିଜ ଜୀବିକା ହରାଇଲେଣି । ଫଳରେ ସଂଘ ପକ୍ଷରୁ ଧାରଣା ଦିଆଯାଇଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍