
ନୂଆଦିଲ୍ଲୀ: ଦେଶର ୭ଟି ଜାତୀୟ ଓ ୪୪ ଆଞ୍ଚଳିକ ରାଜନୈତିକ ଦଳ ମଧ୍ୟରେ ବିଜେପି ପାଖରେ ରହିଛି ସର୍ବାଧିକ ସମ୍ପତ୍ତି। ରାଜନୈତିକ ଦଳଗୁଡ଼ିକ ଘୋଷଣା କରିଥିବା ସମ୍ପତ୍ତି ପରିମାଣକୁ ଆଧାର କରି ଆସୋସିଏସନ୍ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ଏହି ତଥ୍ୟ ପ୍ରକାଶ କରିଛି। ୨୦୧୯-୨୦ ବର୍ଷ ପାଇଁ ସାର୍ବଜାନୀନ ହୋଇଥିବା ଏଡିଆର ରିପୋର୍ଟରେ ଦର୍ଶାଯାଇଛି ଯେ ବିଜେପି ନିକଟରେ ୪୮୪୭କୋଟି ୭୮ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି। ଏହା ସବୁ ରାଜନୈତିକ ଦଳଙ୍କ ସମ୍ପତ୍ତିର ୬୯.୩୭ ପ୍ରତିଶତ। ଏହା ପଛକୁ ରହିଛି ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସପି)। ଏହି ଦଳ ପାଖରେ ୬୯୮ କୋଟି ୩୩ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି। ତୃତୀୟ ସ୍ଥାନରେ ଥିବା କଂଗ୍ରେସ ପାଖରେ ରହିଛି ୫୮୮ କୋଟି ୧୬ ଲକ୍ଷ ଟଙ୍କାର ସମ୍ପତ୍ତି। ଜାତୀୟ ଦଳଗୁଡ଼ିକ ନିକଟରେ ମୋଟ ୬୯୮୮କୋଟି ୫୭ଲକ୍ଷ ଏବଂ ଆଞ୍ଚଳିକ ଦଳଗୁଡ଼ିକ ନିକଟରେ ୨୧୨୯କୋଟି ୩୮ଲକ୍ଷ ଟଙ୍କା ରହିଥିବା ଜଣାପଡ଼ିଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍