September 16, 2024

Satya News

odia news channel

ବିଜେବି କଲେଜ ପ୍ରାକ୍ତନ ବିଦ୍ୟାର୍ଥୀ ସଂଘ “ବିଜେବି ଫ୍ରେଣ୍ଡସ୍”ର ସଭାଗୃହ ଉଦଘାଟିତ

 

ଭୁବନେଶ୍ୱର, ୧୯/୧୨ : ବିଜେବି କଲେଜ ପୁରାତନ ଛାତ୍ରଛାତ୍ରୀ ସଂଘ “ବିଜେବି ଫ୍ରେଣ୍ଡସ୍” ର ନୂତନ ସଭାଗୃହ ରବିବାର ଉଦଘାଟିତ ହୋଇଯାଇଛି। ବିଜେବି କଲେଜ ପରିସରରେ ନିର୍ମିତ ଏହି ଗୃହକୁ  କଲେଜର ପୂର୍ବତନ ଛାତ୍ର ତଥା ଓଡ଼ିଶା ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତି, ସାମାଜିକ ସୁରକ୍ଷା, ସାର୍ବଜନୀନ ଉଦ୍ୟୋଗ ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଛନ୍ତି।

ସଭାରେ ଯୋଗ ଦେଇ ପଣ୍ଡା ଉପସ୍ଥିତ ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେବା  ଅବସରରେ  ରାଜ୍ୟ ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା “ମୋ କଲେଜ ଅଭିଯାନ” ରେ ସାମିଲ ହେବାକୁ ଆହ୍ଵାନ ଦେଇଥିଲେ। ବିଜେବି କଲେଜ ର ଦ୍ଵିତୀୟ କ୍ୟାମ୍ପସ ନେଇ ସରକାର ଙ୍କ ନିକଟରେ ପ୍ରସ୍ତାବ ରହିଛି । ଖୁବ୍ ଶୀଘ୍ର ଏହାର ସ୍ଥାନ ନିରୂପଣ କରାଯାଇ କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇ ଥିଲେ।

ଏହି କାର୍ଯକ୍ରମ ରେ ଅନ୍ୟମ।ନଙ୍କ ମଧ୍ୟ ରେ ପୁରାତନ ଛାତ୍ର ତଥା ବିଜେବି ଫ୍ରେଣ୍ଡସ କୋର କମିଟି ସଦସ୍ୟ ଏବଂ ଓଡ଼ିଶା ବିଧାନସଭା ର ପୂର୍ବତନ ଉପବାଚସ୍ପତି ଓ ମନ୍ତ୍ରୀ ଶ୍ରୀ ବିଭୂତି ଭୁଷଣ ସିଂହ ମର୍ଦ୍ଦରାଜ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ର ପୂର୍ବତନ ଡେପୁଟି ଗଭର୍ଣ୍ଣର ତଥା ବିଜେବି ଫ୍ରେଣ୍ଡସ ସଦସ୍ୟ ଶ୍ରୀ ହାରୁନ ଖାନ, ଅଶୋକ ମହାନ୍ତି, ଶିବାନନ୍ଦ ରାୟ, ଆର୍.କେ.ଚୌଧୁରୀ, କେ ସି ପାତ୍ର, ପି କେ ମହାନ୍ତି, ବିଜେବି କଲେଜର ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ମିଶ୍ର, ବିଜେବି ଫ୍ରେଣ୍ଡସ ର କାର୍ଯ୍ୟକାରୀ ସଭାପତି ଶ୍ରୀ ଦେବୁ ପଟନାୟକ ଓ ସାଧାରଣ ସମ୍ପାଦକ ଶ୍ରୀ ସତ୍ୟବ୍ରତ ଧୁପଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ  ବହୁ ପୁରାତନ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଆଗାମୀ କାର୍ଯ୍ୟପନ୍ଥା ନେଇ ମତ ରଖିଥିଲେ।

Spread the love