
ଭୁବନେଶ୍ୱର ୩୧।୦୮: ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହାପୂର୍ବରୁ ଆଜି ବସିଛି ବିଜେପିର ବିଧାୟକ ଦଳ ବୈଠକ । ସାମ୍ପ୍ରତିକ ପରିସ୍ଥିତି ଓ କିଛି ମୁଖ୍ୟ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି । ବୈଠକରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ ମୋହନ ଚରଣ ମାଝି, ଅନ୍ୟ ସବୁ ବିଧାୟକ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ଦଳର ଏକାଧିକ ସାଧାରଣ ସମ୍ପାଦକ ମାନେ ବୈଠକରେ ଉପସ୍ଥିତ ରହିଥିଲେ ।
ରାଜ୍ୟରେ ମରୁଡି ପ୍ରସଙ୍ଗ, ସାର ଅଭାବ ଜନିତ ସମସ୍ୟା, ଜଳ ସେଚନର ସମସ୍ୟା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ବାଲେଶ୍ୱର ବିଚ୍ ବଜାରରେ ହତ୍ୟା, ଭୁବନେଶ୍ୱରରେ ଦିନ ଦ୍ଵିପହରରେ ହତ୍ୟା, ଗୁରୁଜୀ ମାନସ ଦାସ, ମାହାଙ୍ଗା ଡବଲ ମର୍ଡର, ବିଭିନ୍ନ ଅପରାଧ ଓ ଦୁର୍ନୀତିରେ ରାଜ୍ୟ ସରକାରଙ୍କ ଏକାଧିକ ମନ୍ତ୍ରୀଙ୍କ ସମ୍ପୃକ୍ତି, ପରୀ ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଅଭିଯୋଗ, ଏସିଏଫ ହତ୍ୟାରେ ବିକ୍ରମ ଆରୁଖଙ୍କ ସମ୍ପୃକ୍ତି ଅଭିଯୋଗ ପରି ପ୍ରସଙ୍ଗ । ରାଜ୍ୟ ସରକାର ଏହି ସବୁ ପ୍ରସଙ୍ଗକୁ ଘଣ୍ଟ ଘୋଡାଇଲେ ମଧ୍ୟ ସବୁ ପଦାରେ ପଡୁଛ ।
ସେହିପରି ଷ୍ଟାଫ ସିଲେକ୍ସନ କମିଶନରେ ଅନିୟମିତତା, କୋଟିଆ ସହ ରାଜ୍ୟରେ ଅନେକ ସ୍ଥାନରେ ସୀମା ବିବାଦ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନିୟମିତତା, ବିଜୁ ପକ୍କାଘର ନାଁରେ ବଜେଟରେ ବ୍ୟବସ୍ଥା ନାହିଁ, ପଶ୍ଚିମ ଓଡିଶା ବିକାଶ ପରିଷଦର ବୈଠକ ହେଉନାହିଁ, ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଦ୍ୱାରା ସାରା ଭାରତ ବର୍ଷର ୫୦ ହଜାର କୋଟିରୁ ଓଡିଶାର ଭାଗ ୧୪ ହଜାର କୋଟି ଟଙ୍କା ପଡିଛି । ବିନା ଗ୍ରାମସଭାରେ ସେ ଅର୍ଥକୁ ହରିଲୁଟ କରାଯାଉଛି । ବିଦ୍ୟୁତ ଶୁଳ୍କ ବୃଦ୍ଧି ଆଦି ପ୍ରସଙ୍ଗ ବିଜେପି ବିଧାନସଭାରେ ଉଠାଇବ । ଆବଶ୍ୟକ ପଡ଼ିଲେ ଦାବି ଉପସ୍ଥାପନା କରି ସରକାରଙ୍କୁ ଘେରିବ ଦଳ ।
ସେପେଟ ଓବିସି ସଂରକ୍ଷଣ ପ୍ରସଙ୍ଗରେ ବିଜେଡ଼ି ଆଗାମୀ ପଞ୍ଚାୟତ ନିର୍ବାଚନରେ ଓବିସି ସିଟ ସଂରକ୍ଷଣ କରୁଛି । ହେଲେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଦେଉନାହାନ୍ତି । ଆୟୁଷ୍ମାନ ଭାରତ ଯୋଜନା ଆଜି ଯାଏଁ ଓଡିଶା ସରକାର ଲାଗୁ କରୁନାହାନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ହେଲଥ କାର୍ଡ ନାଁରେ ଭୋଟ ବ୍ୟାଙ୍କ ରାଜନୀତି ଉପରେ ବିରୋଧ କରିବ ବିଜେପି । ଏନେଇ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନଚରଣ ମାଝି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍