September 19, 2024

Satya News

odia news channel

ବିପର୍ଯ୍ୟସ୍ତ ରୋଗୀ ସେବାକୁ କେନ୍ଦ୍ର କରି ଆନ୍ଦୋଳନ; ସିଡିଏମଓଙ୍କ ପ୍ରତିଶ୍ରୁତି ପରେ ପ୍ରତ୍ୟାହାର

 

ରେଙ୍ଗାଲି: ସମ୍ବଲପୁର ଜିଲା ରେଙ୍ଗାଲି ବ୍ଳକର ଲଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅକ୍ଟୋବର ୩୧ ଓ ସେପ୍ଟେମ୍ବର ୧ରେ କୌଣସି ଡାକ୍ତର ନଥିଲେ। ଫଳରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଥିଲା। ଏଠାକାର ବିପର୍ଯ୍ୟସ୍ତ ରୋଗୀ ସେବା ଏବଂ ଷ୍ଟାଫ୍ ନର୍ସଙ୍କ ଦୁର୍ବବ୍ୟବହାର ପ୍ରଦର୍ଶନ ଆଦି ଅଭିଯୋଗ କରାଯାଇଥିଲା। ଜିଲା ପରିଷଦ ସଭ୍ୟଙ୍କ ନେତୃତ୍ୱରେ ଅସନ୍ତୁଷ୍ଟ ଲୋକେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଘେରାଓ କରି ଆନ୍ଦୋଳନ କରିଥିଲେ। ଏସବୁ ସମସ୍ୟା ର ସମଧାନ ପାଇଁ ଆଜି ସମ୍ବଲପୁର ଜିଲାର ଭାରପ୍ରାପ୍ତ ସିଡିଏମଓ ଭରତଚନ୍ଦ୍ର ଦାଶ ଲଇଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ଆନ୍ଦୋଳନକାରୀଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଆଲୋଚନା ସମୟରେ ଡାକ୍ତର ଆଶିଷ ବଗାର ରୋଗୀମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବାରୁ ଏ ସଂକ୍ରାନ୍ତରେ ତାଙ୍କୁ ତାଗିଦ୍ କରିବା ସହ ସମସ୍ତଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ପାଇଁ ନିର୍ଦେଶ ଦେଇଥିଲେ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବାର ଜଣାପଡିଛି। ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଆଶିଷ ମାଝି.ତହସିଲଦାର ବେର୍ସିଅସ୍ ଡୁଙ୍ଗଡୁଙ୍ଗ, କତରବଗା ଆଇଆଇସି ପ୍ରତାପ କୁମାର ରଣା ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ପରିଷଦ ସଭ୍ୟ ଦେନାରାୟଣ ତିଓାରି, ପୂର୍ବତନ ବିଧାୟକ ରମେଶ ପଟୁଆ, ଲଇଡା ପଞ୍ଚାୟତର ସମିତି ସଭ୍ୟ ସଞ୍ଜିବନୀ ବେହେରା, ସରପଞ୍ଚ ଜ୍ୟୋସ୍ନା ସ, ପ୍ରକାଶ ପୃଷ୍ଟି ଅବନୀରଞ୍ଜନ କର, ପ୍ରେମଦୀପ ସାହୁ, ତପନ ବେହେରା, ଜୟନାରାୟଣ ନାଏକ, ବନମାଳି ପ୍ରଧାନ, ମଧୁସୁଦନ ନାୟକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Spread the love