October 18, 2024

Satya News

odia news channel

ବିମାନ ଯାତ୍ରା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ : ଡିଜିସିଏ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇଛି । ଯାହାକୁ ନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ବିମାନ ଯାତ୍ରା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି।

ଦେଶରେ ଦୈନିକ କରୋନା ସଂକ୍ରମଣ ୫ହଜାର ଟପିଛି । ଗତ ୨୪ଘଣ୍ଟା ମଧ୍ୟରେ ଆଉ ୫ହଜାର ୨୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ଡିଜିସିଏ ବିମାନ ଯାତ୍ରୀଙ୍କ ପାଇଁ କୋଭିଡ୍ ନିୟମ କଡ଼ାକଡ଼ି କରିଛି। ଡିଜିସିଏ ନୂଆ କୋଭିଡ ଗାଇଡଲାଇନ୍ ଜାରି କରି ବିମାନ ବନ୍ଦରରେ ଓ ବିମାନରେ ଯାତ୍ରା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି । ଅନ୍ୟପକ୍ଷରେ ଦିଲ୍ଲୀ ହାଇକୋର୍ଟଙ୍କ ଏକ ନିର୍ଦ୍ଦେଶ ବଳରେ ଡିଜିସିଏ ଏହି କଟକଣା ଲାଗୁ କରିଥିବା କୁହାଯାଉଛି। ତେବେ କେତେକ ବିଶେଷ କ୍ଷେତ୍ରରେ ମାସ୍କ ଖୋଲିବା ଅନୁମତି ମିଳିବ ବୋଲି ଡିଜିସିଏ ପକ୍ଷରୁ କହାଯାଇଛି।

 

Spread the love