October 21, 2025

ବିଳମ୍ବ ହେଲେ ବି ଦ୍ୱିତୀୟ ଡୋଜ ଟିକା ନେବା ଜରୁରୀ: ପରିବାର କଲ୍ୟାଣ ନିର୍ଦେଶକ

 

ଭୁବନେଶ୍ୱର: ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୨୧ ଡୋଜ ଟିକାକରଣ ହୋଇଛି। ୨ କୋଟି ୩୦ ଲକ୍ଷ ପ୍ରଥମ ଡୋଜ ଏବଂ ୯୧ ଲକ୍ଷ ଦ୍ୱିତୀୟ ଡୋଜ ଟିକାକରଣ କରାଯାଇଛି। ଯେଉଁମାନଙ୍କର ଦ୍ୱିତୀୟ ଡୋଜ ଟୀକା ନେବାର ସମୟ ହୋଇଛି ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ନେଇଛନ୍ତି। ଅବଶିଷ୍ଟ ୨୦ ପ୍ରତିଶତ ଲୋକଙ୍କୁ କିପରି ଦିଆଯିବ, ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ସ୍ୱାସ୍ଥ୍ୟ କର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀଙ୍କ ସହାୟତାରେ ଟିକାକରଣ ପାଇଁ ପ୍ରୟାସ କରାଯାଉଛି। ୧୫ ଦିନ ପୂର୍ବରୁ ୩୩ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ନେବାକୁ ଥିବା ବେଳେ ଏବେ ୨୧ ଲକ୍ଷ ଲୋକ ଅଛନ୍ତି। ବର୍ତ୍ତମାନ ୨୩ ଲକ୍ଷ ଡୋଜ ଟିକା ମହଜୁଦ ଅଛି। ଦୈନିକ ୪ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରହିଛି।

Spread the love