April 18, 2025

ବିଶ୍ବ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌ରେ ଇତିହାସ ରଚିଲେ ଶ୍ରୀକାନ୍ତ

 

ହ୍ୟୁଲ୍‌ଭା (ସ୍ପେନ୍‌): ଭାରତୀୟ କ୍ରୀଡ଼ା ଇତିହାସରେ ନୂତନ ଇତିହାସ ସୃଷ୍ଟି କରିଛନ୍ତି କିଦାମ୍ବି ଶ୍ରୀକାନ୍ତ। ପ୍ରଥମ ଭାରତୀୟ ଭାବେ ବିଶ୍ବ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌ର ପୁରୁଷ ଏକକ ବା ସିଙ୍ଗଲ୍‌ସ ଫାଇନାଲରେ ଶ୍ରୀକାନ୍ତ ପ୍ରବେଶ କରିଛନ୍ତି। ଶନିବାର ସେମିଫାଇନାଲରେ ଶ୍ରୀକାନ୍ତ ସାଥୀ ଭାରତୀୟ ଖେଳାଳି ଲକ୍ଷ୍ୟ ସେନ୍‌ଙ୍କୁ କଡ଼ା ସଂଘର୍ଷ ପରେ ୧୭-୨୧, ୨୧-୧୪, ୨୧-୧୭ ଗେମ୍‌ରେ ପରାସ୍ତ କରିଛନ୍ତି। ଏହି ମୁକାବିଲା ୧ ଘଣ୍ଟା ୯ ମିନିଟ ଧରି ଚାଲିଥିଲା। ବିଶ୍ବର ୧୯ନଂ ଖେଳାଳି ଲକ୍ଷ୍ୟ ସେନ୍ ପ୍ରଥମ ଗେମ୍‌କୁ ଜିତିବା ପରେ ପୂର୍ବତନ ବିଶ୍ବର ୧ନଂ ପୁରୁଷ ଖେଳାଳି ତଥା ୧୨ଶ ସିଡ୍‌ ଶ୍ରୀକାନ୍ତ ପରବର୍ତ୍ତୀ ୨ଟି ଗେମ୍‌ରେ ପଛୁଆ ଥିବା ସତ୍ତ୍ବେ ଏହାକୁ ଜିତି ନେଇଥିଲେ। ୩ୟ ସିଡ୍‌ ଡେନ୍‌ମାର୍କର ଆଣ୍ଡର୍ସ ଆଣ୍ଟୋନ୍‌ସେନ୍ ଓ ସିଙ୍ଗାପୁରର ଲୋହ୍ କିନ୍ ୟୁଙ୍କ ମଧ୍ୟରେ ୨ୟ ସେମିଫାଇନାଲର ବିଜେତାଙ୍କ ବିପକ୍ଷରେ ରବିବାର ଶ୍ରୀକାନ୍ତ ଫାଇନାଲ ଖେଳିବେ। ଲକ୍ଷ୍ୟ ସେନ୍ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି।

Spread the love