September 20, 2024

Satya News

odia news channel

ବିଶ୍ୱ ପାରା ଆଥଲେଟିକ୍‌ ଗ୍ରାଁପ୍ରି: ୧୦୦ ମିଟରରେ ଜୟନ୍ତୀ ଜିତିଲେ ବ୍ରୋଞ୍ଜ ପଦକ

ଭୁବନେଶ୍ୱର, ୨୫/୦୩: ଦୁବାଇରେ ଚାଲିଥିବା ବିଶ୍ୱ ପାରା ଆଥଲେଟିକ୍‌ ଗ୍ରାଁପ୍ରି (ଫାଜା ଅନ୍ତର୍ଜାତୀୟ ଚାମ୍ପିଅନସିପ୍‌)ରେ ଜୟନ୍ତୀ ବେହେରା ୧୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଛନ୍ତି । ନିର୍ଦ୍ଧାରିତ ଦୂରତାକୁ ସେ ୧୩.୧୬ ସେକେଣ୍ଡରେ ଅତିକ୍ରମ କରି ତୃତୀୟ ସ୍ଥାନ ହାସଲ କରିଥିଲେ । ଏହି ଆଥଲେଟିକ୍‌ ଗ୍ରାଁପ୍ରିରେ ଜୟନ୍ତୀ ମୋଟ୍‌ ୩ଟି ପଦକ ଜିତିବାରେ ସଫଳ ରହିଛନ୍ତି । ଯେଉଁଥିରେ ଦୁଇଟି ବ୍ରୋଞ୍ଜ ଏବଂ ଗୋଟିଏ ରୌପ୍ୟ ପଦକ ସାମିଲ ରହିଛି । ପୂର୍ବରୁ ସେ ୪୦୦ ମିଟରରେ ୧:୦୦:୯୩ ଟାଇମିଂ ଦେଇ ତୃତୀୟ ସ୍ଥାନ ସହ ବ୍ରୋଞ୍ଜ ପଦକ ଜିତିଥିଲେ । ସେହିପରି ଗତକାଲି ୨୦୦ ମିଟରରେ ୨୬.୯୪ ସେକେଣ୍ଡ ସହ ରୌପ୍ୟ ପଦକ ପାଇଥିଲେ । ମହାମାରୀ ପରେ ଜୟନ୍ତୀ ଗୋଟିଏ ଇଭେଣ୍ଟରେ ୩ଟି ପଦକ ଜିତିବାରେ ସଫଳ ରହିଛନ୍ତି । ଆଗକୁ ଏସୀୟ କ୍ରୀଡ଼ା ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ପ୍ରତିଯୋଗିତା ରହିଛି । ଏହି ପଦକ ତାଙ୍କ ପ୍ରାକ୍‌ ପ୍ରସ୍ତୁତିରେ ସହାୟକ ହେବ ବୋଲି ଆଶା କରାଯାଉଛି ।

Spread the love