ପୁରୀ : ଗତ ବର୍ଷ ଭଳି ଚଳିତ ବର୍ଷ ରଥଯାତ୍ରାରେ ବଡ଼ଦାଣ୍ଡ ଲୋକଙ୍କୁ ରଥଯାତ୍ରା କଟକଣାରେ ବିଶେଷ କିଛି କୋହଳ କରାଯାଇନାହିଁ। ଗତବର୍ଷ ରଥଯାତ୍ରା ସମୟରେ ପୁଲିସ ପ୍ରଶାସନ କାହାରିକୁ ଘରୁ ବାହାରିବାକୁ ଦେଉନଥିଲା। ଛାତ ଉପରେ ଛିଡ଼ା ହୋଇ କେହି ବି ରଥଯାତ୍ରା ଦେଖି ପାରିନଥିଲେ। ଯେଉଁମାନେ ଦେଖିବାକୁ ଚେଷ୍ଟା କରିଥିଲେ, ସେମାନଙ୍କୁ ପୁଲିସ ଗୋଡ଼ାଇ ଗୋଡ଼ାଇ ପିଟିଥିଲା। ଚଳିତବର୍ଷ ବି ଏହି କଟକଣା ଜାରି ରହିବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।
ସେ କହିଛନ୍ତି, ବଡ଼ଦାଣ୍ଡରେ ଯେଉଁମାନଙ୍କ ଘର ରହିଛି, ସେମାନେ ନିଜ ଛାତ ଉପରୁ ରଥଯାତ୍ରା ଦେଖିପାରିବେ ନାହିଁ। ବିଶୃଙ୍ଖଳିତ ହେଲେ ବିହିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଳାପାଳ ସମର୍ଥ ବର୍ମା କହିଛନ୍ତି।
ସୂଚନାଯୋଗ୍ୟ, ଆଗାମୀ ଜୁଲାଇ ୧୨ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଆଜି ଆସିପାରେ ଏସଓପି । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ହେବ ରଥଯାତ୍ରା । ତେଣୁ ଅଣସରଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଉପରେ ମୋହର ବାଜିବ। ଅପରାହ୍ନ ସାଢେ ୪ଟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକରେ ସମସ୍ତ ନିଯୋଗ ସହ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସାମିଲ ହେବେ।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି