January 24, 2026

ଭଡାଘରେ ଆତ୍ମହତ୍ୟା କଲେ ମହିଳା ଜିଆରଏସ!

 

ଯାଜପୁର: ବଡଚଣା ବ୍ଲକ୍ ପତରାଜପୁର ପଞ୍ଚାୟତର ଗ୍ରାମ ରୋଜଗାର ସେବକ ନିଜର ଭଡ଼ା ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।  ଆଜି ଦିନ ୧୧ଟା ସମୟରେ ବାଲିଚନ୍ଦ୍ରପୁର ପୁଲିସ ଖବର ପାଇ ଚଣ୍ଡିଖୋଲଠାରେ ରଞ୍ଜିତା ରହୁଥିବା ଭଡ଼ା ଘରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି। ରଞ୍ଜିତା ନିଜ ଶୋଇବା ଘର ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି।

ତାଙ୍କ ସ୍ବାମୀ ଇଂ ଦେବାଶିଷ ପତି ଝାରସୁଗୁଡାରେ ଏକ କମ୍ପାନିରେ ଚାକିରି କରନ୍ତି। ଭଡା ଘରେ ରଞ୍ଜିତାଙ୍କ ସହ ତାଙ୍କର ୩ ବର୍ଷର ଶିଶୁ କନ୍ୟା ମଧ୍ୟ ରହୁଥିଲେ। ତେବେ କ’ଣ ପାଇଁ ରଞ୍ଜିତା ଆତ୍ମହତ୍ୟା କଲେ ନା ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ଅଛି ତାହା ଏବେ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ।

Spread the love