
ଭଦ୍ରକ ୩୧।୮: ଭଦ୍ରକ ସହରକୁ ସୌନ୍ଦର୍ଯ୍ୟ କରଣ କରିବା ପାଇଁ ମଙ୍ଗଳବାର ଆଇ ଲଭ୍ ଭଦ୍ରକର ଶୁଭ ଉଦଘାଟନ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେଲ୍ଫି ପଏଣ୍ଟକୁ ଭଦ୍ରକ ସାଂସଦ ଓ ବିଧାୟକ ଉଦଘାଟନ କରିଥିଲେ । ଭଦ୍ରକ ସହରକୁ ସୌନ୍ଦର୍ଯ୍ୟ କରଣ କରିବା ପାଇଁ ଭଦ୍ରକ ବିଧାୟକଙ୍କ ଏଭଳି ପ୍ରୟାସକୁ ସାଧାରଣରେ ସ୍ବାଗତ କରାଯାଇଛି । ଏହି ସେଲ୍ଫି ପଏଣ୍ଟଟି ଯୁବକମାନଙ୍କୁ ଆକୃଷ୍ଟ କରିବା ପାଇଁ ଉନ୍ନତ ମାନର ଲାଇଟ୍ ସହ ଅତ୍ୟାଧୁନିକ ପ୍ରଣାଳୀରେ ଘାସ ଗାଲିଚା ଲଗାଯାଇଛି ।

ଭଦ୍ରକ ସହରକୁ କିପରି ସରସ ସୁନ୍ଦର କରାଯାଇପାରିବ, ସେଥିନେଇ ଧୀରେ ଧୀରେ ସମସ୍ତ ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ କରାଯାଉଛି । ଆଗାମୀ ଦିନମାନଙ୍କରେ ଅନେକ ପ୍ରକଳ୍ପ ହାତକୁ ନିଆଯିବ ବୋଲି ଭଦ୍ରକ ବିଧାୟକ କହିଛନ୍ତି । ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମରେ ବହୁ ଜନସାଧାରଣ ଯୋଗ ଦେଇଥିଲେ
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍