September 19, 2024

Satya News

odia news channel

ଭାରତୀୟ ସେନାରେ ସାମିଲ ହେଲା ଏହି କ୍ଷୁଦ୍ର ଉଡ଼ନ୍ତା ଅସ୍ତ୍ର

 

ନୂଆଦିଲ୍ଲୀ : ଭାରତୀୟ ସେନାରେ ସାମିଲ ହେଲା ସ୍ବାର୍ମ ଡ୍ରୋନ । ଭାରତୀୟ ସେନାର ମେକାନିକାଲ ଫୋର୍ସରେ ଏସବୁ ଡ୍ରୋନ ସାମିଲ ହୋଇଛି । ଏଗୁଡ଼ିକ ସାମିଲ ହେବା ପରେ ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ ଏପରି ଟେକନଲୋଜୀର ବ୍ୟବହାର ଦ୍ବାରା ଭବିଷ୍ୟତର ଯୁଦ୍ଧରେ ସେନା ସୁବିଧାଜନକ ସ୍ଥିତିରେ ରହିବ ।

ସ୍ବାର୍ମ ଡ୍ରୋନ ଗୁଡ଼ିକ କ୍ଷୁଦ୍ର ମାତ୍ର ଅତ୍ୟନ୍ତ ପ୍ରଭାବୀ । ଅନେକ ଗୁଡ଼ିଏ ( ଶହ ଶହ) ସ୍ବାର୍ମ ଡ୍ରୋନକୁ ଆକାଶରେ ଛାଡ଼ି ଆବଶ୍ୟକ ସାମରିକ ଲକ୍ଷ୍ୟ ହାସଲ କରାଯାଏ । ଏଗୁଡ଼ିକ ପରସ୍ପର ସହ ସମନ୍ବୟ ରକ୍ଷା କରି ଗୋଟିଏ ଟାର୍ଗେଟ ପାଇଁ କାର୍ଯ୍ୟକରନ୍ତି । ଏଗୁଡ଼ିକୁ ଗୁପ୍ତଚର କାର୍ଯ୍ୟ କିମ୍ବା ବୋମା ବର୍ଷଣ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇପାରିବ ।

ଆଧୁନିକ ଯୁଦ୍ଧରେ ଏପରି ଡ୍ରୋନର ବହୁଳ ବ୍ୟବହାର କରାଯାଉଥିବାରୁ ଭାରତ ସରକାର ଗତ ଜୁଲାଇ ମାସରେ ୨୮୭୩୨ କୋଟି ଟଙ୍କାର ସ୍ବାର୍ମ ଡ୍ରୋନ ଖରିଦକୁ ମଂଜୁରୀ ଦେଇଥିଲେ । କେତେକ ସ୍ବଦେଶୀ କମ୍ପାନିଙ୍କଠାରୁ ଏସବୁ ଡ୍ରୋନ କିଣାଯାଉଛି ।

ଚଳିତ ବର୍ଷ ଜାନୁଆରି ମାସରେ ଭାରତର ଏକ ଷ୍ଟାର୍ଟ ଅପ୍ ବଟଲାବ ଦିଲ୍ଲୀରେ ପ୍ରାୟ ୧ ହଜାର ଡ୍ରୋନକୁ ଉଡ଼ାଇ ଏକ ସ୍ବତନ୍ତ୍ର ସୋ ପ୍ରଦର୍ଶନ କରିଥିଲା । ଚୀନ, ରୁଷ ଓ ବ୍ରିଟେନ ପରେ ଭାରତ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଡ୍ରୋନ ବ୍ୟବହାର କରିପାରିଥିଲା ।

Spread the love