
ମାଲକାନଗିରି, ୨୫/୩ : ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ-୧ ର ନିର୍ବାହୀ ଯନ୍ତ୍ରୀ ଆଶିଷ ଦାସ । ମାଲକାନଗିରି ଡି.ସି.ବି ବ୍ୟାଙ୍କରେ ନଗଦ ୧୦ ଲକ୍ଷ ଟଙ୍କା ଜମା କରିବାକୁ ଯାଇଥିବା ସମୟରେ ଦୁର୍ନୀତି ନିବାରଣ ବିଭାଗ ତରଫରୁ ଚଢ଼ାଉ କରାଯାଇ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦାସଙ୍କୁ ଗିରଫ କରାଯାଇଛି ।
୧୦ଲକ୍ଷ ଟଙ୍କା ଜବତ କରିବା ସହ ନିର୍ବାହୀ ଯନ୍ତ୍ରୀ ଆଶିଷଙ୍କୁ ଭିଜିଲାନ୍ସ ଡିଏସପି ତାଙ୍କ କାର୍ଯ୍ୟାଳୟକୁ ନେଇ ଅଧିକ ପଚରାଉଚୁରା କରୁଛନ୍ତି । ମାର୍ଚ୍ଚ ମାସରେ କିଛି ଠିକାଦାରଙ୍କୁ ବିଲ କରିଦେବା କଥା କହି ଏହି ଅର୍ଥ ପିସି ଆକାରରେ ନେଇଥିଲେ। ଗିରଫ ପରେ ତାଙ୍କର ଆୟ ବହିର୍ଭୂତ ସଂପତ୍ତି ଉପରେ ନଜର ରଖିଛି ଭିଜିଲାନ୍ସ ବିଭାଗ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍