September 20, 2024

Satya News

odia news channel

ଭୁବନେଶ୍ବର-କଟକ-ବ୍ରହ୍ମପୁରରେ ଭୋଟ ଗଣତି ଜାରି, ଶାସକ ଦଳ ସବୁଠି ଆଗରେ

 

ଭୁବନେଶ୍ବର: ରାଜ୍ୟର ୧୦୫ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପାଳିକା ସମେତ ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ମହାନଗର ନିଗମରେ ଭୋଟ ଗଣତି ଜାରି ରହିଛି। କଟକ ମହାନଗର ନିଗମ ପାଇଁ ଏକାଧିକ ପର୍ଯ୍ୟାୟରେ ଭୋଟ ଗଣତିର ଟ୍ରେଣ୍ଡ ଆସିଛି। କଟକ ଓ ବ୍ରହ୍ମପୁର ତୁଳନାରେ ଭୁବନେଶ୍ବର ମହାନଗର ନିଗମର ଟ୍ରେଣ୍ଡ କମ ଆସିଛି। ରିପୋର୍ଟ ଲେଖାଯିବା ବେଳକୁ ୩ଟି ଯାକ ମହାନଗର ନିଗମରେ ବିଜୁ ଜନତା ଦଳ ଆଗରେ ରହିଛି।

ତାଜା ରିପୋର୍ଟ ଅନୁସାରେ ଭୁବନେଶ୍ବର ମହାନଗରରେ ବିଜେଡି ପ୍ରାର୍ଥୀ ସୁଲୋଚନା ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ଆଗୁୁଆ ଅଛନ୍ତି । ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ବିଜେପି ଓ କଂଗ୍ରେସ ତୁଳନାରେ ଅଧିକ ଭୋଟ ପାଇଛନ୍ତି। ସେହିପରି କଟକ ମହାନଗର ନିଗମରେ ବିଜେଡି ପ୍ରାର୍ଥୀଙ୍କୁ ସବାସ ସିଂଙ୍କୁ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ତୁଳନାରେ ଅଧିକ ଭୋଟ ମିଳିଛି।

ଭୁବନେଶ୍ୱର ମହାନଗର ନିଗମ ମେୟର  

ବୁଥ- ୬୪ ବୁଥ ଗଣତି ସୁଦ୍ଧା
ବିଜେଡି-୩୬୧୫୩
ବିଜେପି-୨୫୮୪୧
କଂଗ୍ରେସ-୧୬୧୪

କଟକ ମହାନଗର ନିଗମ ମେୟର 

ବୁଥ- ୬୫ ବୁଥ ଗଣତି ସୁଦ୍ଧା
ବିଜେଡି-୨୭୫୨୪
ବିଜେପି-୮୪୦୨
କଂଗ୍ରେସ-୧୯୮୩୭

ବ୍ରହ୍ମପୁର ମହାନଗର ନିଗମ ମେୟର 

ବୁଥ-୧୨୦ ବୁଥ ଗଣତି ସୁଦ୍ଧା
ବିଜେଡି-୪୩୯୨୬
ବିଜେପି-୩୨୨୦୧
କଂଗ୍ରେସ-୫୧୭୭

Spread the love