
- ରାଜଧାନୀରେ ବଦଳିବ କରୋନା ଟିକାକରଣ ସମୟ
- ମଙ୍ଗଳବାରଠାରୁ ସକାଳ ବେଳା ୧୮ରୁ ୪୪ ବର୍ଷ ବର୍ଗକୁ ପ୍ରଥମ ଡୋଜ୍ ଟିକା ଦିଆଯିବ
- ଅପରାହ୍ନରେ ସବୁ ବର୍ଗକୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ
- ପୂରା ରାଜ୍ୟରେ ଅନଲକ୍ ନ ହେଲେ ବି ଯେଉଁଠି ସଂକ୍ରମଣ କମୁଛି, ସେଠାରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇପାରେ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଦଳିବ କରୋନା ଟିକାକରଣ ସମୟ। ମଙ୍ଗଳବାରଠାରୁ ସକାଳ ବେଳା ୧୮ରୁ ୪୪ ବର୍ଷ ବର୍ଗକୁ ପ୍ରଥମ ଡୋଜ୍ ଟିକା ଦିଆଯିବ। ତେବେ ଅପରାହ୍ନରେ ସବୁ ବର୍ଗକୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ। ଏନେଇ ବିଏମ୍ସି କମିଶନର ସଞ୍ଜୟ ସିଂ ସୂଚନା ଦେଇଛନ୍ତି।
ଆହୁରି ପଢ଼ନ୍ତୁ
ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ହାରରେ ବ୍ରେକ୍ ଲାଗିପାରୁନି। ଗତକାଲି ରାଜ୍ୟରେ ୫,୨୩୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ୪,୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସ୍ୱାସ୍ଥ୍ୟ ବିଭାଗର କହିବା ଅନୁସାରେ, ରାଜ୍ୟରେ ଏବେ କରୋନା ସଂକ୍ରମଣ ହାର କମୁଛି ହେଲେ ଯେଉଁଠି ଟେଷ୍ଟ ପଜିଟିଭିଟି ରେଟ୍ ଅଧିକ ରହୁଛି, ସେଠି ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଉଛି। ତେବେ ରଜ ପରେ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ। ଏପରିକି ପୂରା ରାଜ୍ୟରେ ଅନଲକ୍ ନ ହେଲେ ବି ଯେଉଁଠି ସଂକ୍ରମଣ କମୁଛି, ସେଠାରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇପାରେ। ଡିଏମ୍ଇଟି ସିବିକେ ମହାନ୍ତି ମଧ୍ୟ କହିଛନ୍ତି- ପରିସ୍ଥିତି ସୁଧୁରିଲେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ। ହେଲେ କରୋନା କମୁଛି ଭାବି ସଚେତନ ନହେଲେ ବିପଦ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍