October 20, 2025

ଭୁବନେଶ୍ୱର ଏବଂ ନୟାଗଡ଼ ଟାଉନ ମଧ୍ୟରେ ଚାଲିବ ମେମୁ ଟ୍ରେନ

 

ଭୁବନେଶ୍ୱର ଏବଂ ନୟାଗଡ଼ ଟାଉନ୍ ମଧ୍ୟରେ ଚଳିତ ମାସ ୧୫ ତାରିଖ ଠାରୁ ବର୍ତ୍ତମାନର ପାରମ୍ପାରିକ କୋଚ୍ ବଦଳରେ ମେମୁ ଟ୍ରେନ୍ ଚଳାଚଳ କରିବ। ୦୮୪୨୩/୦୮୪୨୪ ଭୁବନେଶ୍ୱର-ନୟାଗଡ଼ ଟାଉନ୍-ଭୁବନେଶ୍ୱର ସ୍ପେଶାଲ୍ ଭୁବନେଶ୍ୱରରୁ ନଭେମ୍ବର ୧୫ ଠାରୁ ଏବଂ ନୟାଗଡ଼ ଟାଉନରୁ ନଭେମ୍ବର ୧୬ ଠାରୁ ମେମୁ ଟ୍ରେନ କୋଚ ସହିତ ଚଳାଚଳ କରିବ। ଏହି ଟ୍ରେନର ଗଠନରେ ଛଅଟି ମେମୁ କୋଚ୍ ଏବଂ ଦୁଇଟି ମୋଟର କାର୍ ମେମୁ କୋଚ୍ ଉପଲବ୍ଧ ରହିବ। ଏହି ଟ୍ରେନ୍ ପାଇଁ ସ୍ଥିରୀକୃତ ସମୟ ସାରଣୀ ଓ ରହଣି ସ୍ଥାନ ପୂର୍ବପରି ଅପରିବର୍ତ୍ତିତ ରହିବ।

Spread the love