July 13, 2025

‘ଭ୍ୟାକ୍‌ସିନ୍‌ ନେବା ପରେ ଯେ କୋଭିଡ୍‌ ହେବନି, ଏପରି କିଛି ନାହିଁ’

 

ଭୁବନେଶ୍ୱର: ‘ଭ୍ୟାକ୍‌ସିନ୍‌ ନେବା ପରେ ଯେ କୋଭିଡ ହେବନି, ଏପରି କିଛି ନାହିଁ। ବିଭିନ୍ନ ଭ୍ୟାକ୍‌ସିନ୍‌ ୭୦ରୁ ୯୦ ପ୍ରତିଶତ ମଧ୍ୟରେ କାର୍ଯ୍ୟ କରୁଛି। ଭ୍ୟାକ୍ସିନ ନେବା ଦ୍ୱାରା ଆମ ଦେହରେ କୋଭିଡର ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଉଛି’ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।

ସେ କହିଛନ୍ତି, ‘ପରିବେଶରେ ଯେହେତୁ ସଂକ୍ରମଣ ରହିଛି, ତେଣୁ ସଂକ୍ରମଣ ହେବ। ମାତ୍ର ଭ୍ୟାକ୍‌ସିନ୍‌ର ଡବଲ ଡୋଜ ନେବା ପରେ ଗୁରୁତର ହେବା ଆଶା କମ୍। ଟିକା ନେବା ପରେ ବି ସମସ୍ତ କରୋନା ଗାଇଡଲାଇନକୁ ଠିକ୍ ଭାବେ ପାଳନ କରନ୍ତୁ। ଆମ ରାଜ୍ୟ ଏବେ ଭଲ ସ୍ଥିତିରେ ଅଛି। ଆମେ ଷ୍ଟେବଲ ଷ୍ଟେଜକୁ ଯାଉଛେ। କରୋନାର ତୃତୀୟ ଲହର ଆସିବା ନେଇ କେବଳ ଆକଳନ କରାଯାଉଛି। ମାତ୍ର ଏଥିପାଇଁ ଆମେ ଭୟଭୀତ ହେବା ନାହିଁ। ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।’

ଗତକାଲି ତୁଳନାରେ ଆଜି ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କିଛି ମାତ୍ରାରେ ହ୍ରାସ ପାଇଛି। ଗତକାଲି  ୩,୮୦୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଚିହ୍ନଟ ହୋଇଛନ୍ତି ୩,୪୨୭ ଜଣ। ଏମାନଙ୍କ ମଧ୍ୟରୁ ୧୯୫୪ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ କଣ୍ଟାକ୍ଟସ୍‌ ୧,୪୭୩ ଅଛନ୍ତି। ତେବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଗତକାଲି ତୁଳନାରେ ଆଜି ବୃଦ୍ଧି ପାଇଛି। ରାଜ୍ୟରେ ଆଜି ମୃତ୍ୟୁ ସଂଖ୍ୟା ୪୦ ଉପରେ ରହିଛି।

Spread the love