
ନୀଳଗିରି,୦୩/୦୮ : ମଦ ଦୋକାନରୁ ଲୁଟ୍ । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିନ ସଜନାଗଡ଼ ଠାରେ ଥିବା ସରକାରୀ ବିଦେଶୀ ମଦ ଦୋକାନରୁ ଦୁର୍ବୃତ୍ତମାନେ ଲୁଟ୍ କରି ନେଇଛନ୍ତି ।

ସୋମବାର ବିଳମ୍ବିତ ରାତ୍ରରେ ଦୁର୍ବୃତ୍ତମାନେ ଚୋରି କରିଥିବା ଜଣାପଡିଛି। ସେମାନେ ସଟର ଓ ଗ୍ରୀଲ ଭାଙ୍ଗି ମଦ ଓ ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି। ତେବେ ଖବର ପାଇ ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଦେଖିବାକୁ ମିଳିଛି। ଏବେସୁଦ୍ଧା ଲୁଟେରାଙ୍କ ବାବଦରେ କୌଣସି ସୂଚନା ମିଳି ପାରିନାହିଁ । ଅତିଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍