
ଚାନ୍ଦବାଲି, ୦୨/୦୭: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଆରଡ଼ି ମୁଖ୍ୟ ରାସ୍ତା କୁଲିବିନ୍ଧା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରୁ ୨ ଜଣଙ୍କୁ ଚାନ୍ଦବାଲି ମେଡ଼ିକାଲରୁ କଟକ ସ୍ଥାନାନ୍ତର କରାଯାଇଛି ।
ମଦ ପିଇ ଗାଡି ଚଳାଇବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ସୂଚନା ଅନୁସାରେ, ମଦ୍ୟପାନ କରି ଦୁଇ ଯୁବକ ଚାନ୍ଦବାଲିରୁ ତେୁଲିଡ଼ିହି ଯାଉଥିଲେ । ଏହି ସମୟରେ କୁଲିବିନ୍ଧା ନିକଟରେ ବୀପରିତ ଦିଗରୁ ଆସୁଥିବା ଅନ୍ୟ ଜଣେ ବାଇକ ଆରୋହୀଙ୍କୁ ସେମାନେ ଧକ୍କା ଦେଇଥିଲେ । ଏହି ଦୁର୍ଘଟଣାରେ ୩ ଜଣଙ୍କୁ ଗରୁତ୍ବର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଚାନ୍ଦବାଲି ମେଡ଼ିକାଲରେ ଭର୍ତ୍ତି କରିଥିଲେ , ସେମାନଙ୍କ ମଧ୍ୟରୁ ୨ ଜଣକୁ କଟକ ସ୍ଥାନାନ୍ତର କରାଯାଇଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍