July 13, 2025

‘ମନ କି ବାତ୍’ରେ ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ରଙ୍କୁ ମନେ ପକାଇଲେ ମୋଦୀ

 

ଭୁବନେଶ୍ବର : ଗତ ସପ୍ତାହରେ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଓଡ଼ିଆ ଆଇଏଏସ ଅଧିକାରୀ ଗୁରୁପ୍ରସାଦ ମହାପାତ୍ରଙ୍କୁ ପୁଣି ଥରେ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ପ୍ରଧାନମନ୍ତ୍ରୀଙ୍କ ରେଡିଓ କାର୍ୟ୍ୟକ୍ରମ‘ମନ କି ବାତ୍’ରେ ସେ ସ୍ବର୍ଗତ ମହାପାତ୍ରଙ୍କୁ ମନେ ପକାଇଛନ୍ତି ।
ମୋଦୀ କହିନ୍ତି, ଦେଶ ଜଣେ କର୍ମବୀରଙ୍କୁ ହରାଇଲା । କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ବି ସେ ନିଜର ସରକାରୀ କର୍ତ୍ତବ୍ୟ ଜାରି ରଖିଥିଲେ । ଦେଶର ବିଭିନ୍ନ ଅଞ୍ଚଳରେ କିପରି ଅକ୍ସିଜେନ ପହଞ୍ଚିବ ସେ ତାହାର ବ୍ୟବସ୍ଥା କରୁଥିଲେ । ତାଙ୍କର ଅସୁସ୍ଥତା ବଢିଚାଲିଥିଲେ ବି ସେ ଅକ୍ଳାନ୍ତ ପରିଶ୍ରମ କରିଚାଲିଥିଲେ । ଏପରିକି ବିଶ୍ରାମ ନେବାକୁ କୁହାଯିବା ସତ୍ତ୍ବେ ବି ସେ ଭିଡିଓ କନଫରେନ୍ସିଂ ବୈଠକରେ ଯୋଗ ଦେଇଥିଲେ । ନିଜର ଦେଶବାସୀଙ୍କ ପାଇଁ ଏହିପରି ଥିଲା ତାଙ୍କର ନିଷ୍ଠା । କରୋନା ତାଙ୍କୁ ଆମଠାରୁ ଛଡ଼େଇ ନେଲା ବୋଲି ମୋଦୀ କହିଛନ୍ତି ।

Spread the love