January 23, 2026

ମମିତା ମେହେର ହତ୍ୟା ମାମଲା : ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଓ ସହଯୋଗୀ ରାଧେ କୋର୍ଟରେ ହାଜର

 

କଣ୍ଟାବାଞ୍ଜି : ବହୁ ଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ ସନ୍ ସାଇନ୍ ଇଂଲିଶ୍ ମିଡିୟମ୍ ସ୍କୁଲର ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେଶ୍ୟାମ ଚଣ୍ଡୀଙ୍କୁ କଣ୍ଟାବାଞ୍ଜି ଅତିରିକ୍ତ ଦୌରା ଜଜଙ୍କ କୋର୍ଟରେ ବୁଧବାର ହାଜର କରାଯାଇଥିଲା। ପୂର୍ବରୁ ବଙ୍ଗୋମୁଣ୍ଡା ଜେଏମଏଫସିଙ୍କ କୋର୍ଟରେ ତଦନ୍ତ କାରୀ ପୁଲିସ ଡିଏସପି ଗତ ମାସରେ ଚାର୍ଜ ସିଟ ଦାଖଲ କରିଥିଲେ । ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପରବର୍ତ୍ତି ବିଚାର ପାଇଁ ଅତିରିକ୍ତ ଦୌରା ଜଜଙ୍କ କୋର୍ଟକୁ ମାମଲା ହସ୍ତାନ୍ତର କରିବା ପରେ, ବୁଧବାର ଗୋବିନ୍ଦ ଓ ସହଯୋଗୀ ରାଧେଶ୍ୟାମଙ୍କ ବିରୁଦ୍ଧରେ ଚାର୍ଜ ଫ୍ରେମ ହୋଇ ଶୁଣାଣି ହେବାକୁ ଥିବା ବେଳେ, ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ତା’ଙ୍କ ସପକ୍ଷରେ ମକଦମା ପରିଚାଳନା ପାଇଁ ନୂତନ ଓକିଲ ନିଯୁକ୍ତ କରିଥିବାରୁ, ଅଭିଯୁକ୍ତଙ୍କ ତରଫରୁ ନିଯୁକ୍ତି ନୂତନ  ଓକିଲ ଏହି ମାମଲାର ସବିଶେଷ ତଥ୍ୟ ଜାଣିବା ପାଇଁ  ଟାଇମ ପିଟିସନ ମାଗିବା ସହ, ମୋକଦ୍ଦମା ଲଢ଼ିବା ପାଇଁ ଆବଶ୍ୟକ କାଗଜ, ଚାର୍ଜ ସିଟ୍ କପି ଯୋଗାଇ ଦେବାକୁ କୋର୍ଟକୁ ପ୍ରାର୍ଥନା କରି ଥିବା ବେଳେ, ଅତିରିକ୍ତ ଦୌରାଜଜ ଆସନ୍ତା ମାର୍ଚ୍ଚ ୨୧ତାରିଖକୁ ପିଟିସନର ବିଚାର ପାଇଁ ରଖିଥିବା, ସରକାରୀ ଓକିଲଙ୍କ ସୂତ୍ରରୁ ଜଣା ପଡିଛି।

Spread the love