December 4, 2024

Satya News

odia news channel

ମହାକାଳପଡା ଅଞ୍ଚଳରେ ଦେଖାଗଲା ବିରଳ ନାଲିଆ ରଙ୍ଗର ବଗ

 

ମହାକାଳପଡା ୨୯।୭: କେନ୍ଦ୍ରାପଡା ଜିଲ୍ଲା ଉପକୂଳବର୍ତ୍ତୀ ଅଞ୍ଚଳରେ ବିରଳ ପ୍ରଜାତିର ଲାଲ ରଙ୍ଗର ବଗ ଦେଖିବାକୁ  ମିଳିଛି ।  ଯାହାକୁ ନେଇ ପରିବେଶପ୍ରେମୀ ମନରେ ଆନନ୍ଦ ପ୍ରକାଶ ପାଇଛି । ଗହୀରିମଥା  ସାମୁଦ୍ରିକ ଅଭୟାରଣ୍ୟ, ବଣ୍ୟପ୍ରାଣୀ ଲୁଣା ଜଙ୍ଗଲ ଜମ୍ବୁ ରେଞ୍ଜ ଅଧିନରେ ଥିବା ଲୁଣା ଜଙ୍ଗଲ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବିଶେଷ କରି ଧଳା, କଳା, ଧୂଷର ଆଦି ରଙ୍ଗର ବଗ ଦେଖିବାକୁ ମିଳେ ।

ପ୍ରଥମ ଥର ପାଇଁ ମହାକାଳପଡା ବ୍ଲକର ଛପାଲି ଅଞ୍ଚଳର ଦୃଶ୍ୟ ଏକ ଚାଷ ଜମିରେ ଏହି ଲାଲ ରଙ୍ଗର ବଗର ସନ୍ଧାନ ମିଳିଛି । ସମୟକ୍ରମେ ଏହି ରଙ୍ଗର ବଗର ବଂଶ କ୍ରମେ ଲୋପ ପାଇଯାଇଥିଲା ।

ଏବେ ପୁଣି ଦେଖିବାକୁ ମିଳିଥିବାରୁ ଯାହାକି ବିଲୁପ୍ତ ଲାଲ ରଙ୍ଗର ବଗ ବଂଶ ବୃଦ୍ଧି ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ହେବା ଜରୁରୀ ହୋଇପଡିଛି ।

Spread the love