
ଭୁବନେଶ୍ୱର: ମାଟ୍ରିକ ରେଜଲ୍ଟ ଅସନ୍ତୋଷ ନେଇ ବୋର୍ଡ ସଭାପତି ପ୍ରତିକ୍ରିୟା ରଖିଛନ୍ତି। ମାଟ୍ରିକ ନମ୍ବର ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନାହିଁ ବୋଲି ସେ ଦମ୍ଭୋକ୍ତି ବାଢ଼ିଛନ୍ତି। ଏହାସହ ସ୍କୁଲମାନଙ୍କରୁ ଯାହା ନମ୍ବର ଆସିଥିଲା ତାହାର ତର୍ଜମା କରି ପିଲାଙ୍କୁ ନମ୍ବର ଦିଆଯାଇଛି ବୋଲି ସେ କହିଛନ୍ତି। ସେହିପରି ୨ଟି ପରୀକ୍ଷା ଓ ୪ ବର୍ଷର ପରଫରମାନ୍ସ ଦେଖି ନମ୍ବର ଦିଆଯାଇଥିବା ସେ କହିଛନ୍ତି। କିଛି ସ୍କୁଲ ଅଧିକ ନମ୍ବର ଦେଇଥିଲେ ପରେ ତାହାର ମଧ୍ୟ ତର୍ଜମା କରି ନମ୍ବର ଦିଆଯାଇଥିବା ସେ କହିଛନ୍ତି। ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫ୍ଲାଇନରେ ଆଗାମୀ ଦିନରେ ପରୀକ୍ଷା ଦେଇପାରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ସଭାପତି କହିଛନ୍ତି ଯାହା ହୋଇଛି ତାହା ସରକାରୀ ନିୟମ ଅନୁସାରେ ହୋଇଛି। ଅନେକ ପିଲା ନମ୍ବରକୁ ନେଇ ସନ୍ତୁଷ୍ଟ ନାହାନ୍ତି, ଯଦି ସେମାନେ ଚାହିଁବେ ଆଗାମୀ ସମୟରେ ବିନା କୌଣସି ବାଧାରେ ପରୀକ୍ଷା ଦେଇପାରିବେ ବୋଲି ସେ କହିଛନ୍ତି।
ତେବେ ମାଟ୍ରିକ ରେଜଲ୍ଟକୁ ନେଇ ତାତିଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ଫଳାଫଳରେ ଅସନ୍ତୋଷ ପ୍ରକାଶ କରି ରାଜ୍ୟର ବିଭିନ୍ନ ସ୍ଥାନରେ ମାଟ୍ରିକ୍ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ପ୍ରତିବାଦ କରିଛନ୍ତି। କଟକ କଲେଜ ଛକ ସରସ୍ୱତୀ ଶିଶୁ ମନ୍ଦିରରେ ଶିକ୍ଷକଙ୍କୁ ଘେରିଛନ୍ତି ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ। ବୋର୍ଡ ଦେଇଥିବା ନମ୍ବରରେ ତ୍ରୁଟି ଥିବା ଦର୍ଶାଇ ଶିକ୍ଷକଙ୍କୁ ଘେରିଛନ୍ତି ପରୀକ୍ଷାର୍ଥୀ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍