
ସାନଖେମୁଣ୍ଡି ୨୯।୯: ଦୁଇ ଦିନ ହେବ ନିଖୋଜ ଥିବା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବୃଦ୍ଧା ହେଉଛନ୍ତି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସିନ୍ଦୂରାପଲି ଗ୍ରାମର ଗେଲି ଜେନା । ତାଙ୍କ ବୟସ ୭୦ ବର୍ଷ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ବୃଦ୍ଧା ଜଣଙ୍କ ଋଷିକୂଲ୍ୟା ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ଅସାବଧାନତା ଯୋଗୁଁ ନଦୀରେ ଭାସି ଯାଇଥିଲେ । ଖବର ପାଇ ଧରାକୋଟ ଦମକଳ କେନ୍ଦ୍ରର କର୍ମଚାରୀମାନେ ତାଙ୍କ ସନ୍ଧାନ ପାଇଁ ଦୁଇ ଦିନ ଧରି ଅପରେସନ ଜାରି ରଖିଥିଲେ । ଅଗ୍ନିଶମ ବିଭାଗ ଉଦ୍ୟମ ପରେ ଲକ୍ଷ୍ମୀପୁର ନଦୀକୂଳରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ତେବେ ଉଦ୍ଧାର ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ପରିବାର ଲୋକ ସରକାରୀ ସହାୟତା ପାଇଁ ଅନୁରୋଧ କରିଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍