August 25, 2025

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଂଗ୍ରେସ ଓ ବିଜେପି କର୍ମୀ ଅଟକ

 

ଫୁଲବାଣୀ: ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କନ୍ଧମାଳ ଗସ୍ତ ପରିପ୍ରେକ୍ଷୀରେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମମିତାଙ୍କୁ ନ୍ୟାୟ ଦେବା ଦାବିରେ ରାଜନୀତି ବେଶ ସରଗରମ ହୋଇଉଠିଛି। ଏହି ଘଟଣାରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିବା ସହ ନାରାୟଣୀ ଛକଠାରେ କଳା ପତାକା ଦେଖାଇଛି କଂଗ୍ରେସ। ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ବିଜେଡିର କର୍ମୀ ଶୋଭାଯାତ୍ରା କରି ସହର ପରିକ୍ରମା କରିଥିବା ବେଳେ କଳା ପତାକା ଦେଖାଇ ପ୍ରତିବାଦ କରିବା ସହ ବିଜେଡି ଓ କଂଗ୍ରେସ ସହ ଧସ୍ତାଧସ୍ତି ହୋଇଥିଲା। କଂଗ୍ରେସର ୩୦ ଜଣରୁ ଅଧିକ କର୍ମୀଙ୍କୁ ଗିରଫ କରିଛି ପୁଲିସ। ସେହିପରି ମାଦିକୁନ୍ଦା ଛକଠାରେ ବିଜେପି ପକ୍ଷରୁ ମଧ୍ୟ ମମିତା ମେହେର ହତ୍ୟା ଘଟଣାରେ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ଦାବି କରିବା ସହ ମୁଖ୍ୟମନ୍ତ୍ରୀ କନ୍ଧମାଳ ଛାଡି ଚାଲିଯାଆନ୍ତୁ ବୋଲି ନାରା ଦେଇଥିଲା ବିଜେପି। ଏଥି ସହ କଳା ପତାକା ପ୍ରଦର୍ଶନ କରିଥିଲେ ବିଜେପିର କର୍ମୀମାନେ। ପ୍ରତିବାଦ କରୁଥିବା ବିଜେପିର ୩୦ ଜଣ କର୍ମୀମାନଙ୍କୁ ପୁଲିସ ଅଟକ ରଖିଛି। ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ ଯୁବ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିବା ଜଣାପଡିଛି।

Spread the love