
ମୁମ୍ବଇ : ମୁମ୍ବଇରେ କରୋନା ସଂକ୍ରମଣର ଏକ ବଡ ଘଟଣା ସାମ୍ନାକୁ ଆସିଛି । କେଇଏମ୍ ହସ୍ପିଟାଲର ୩୦ ଏମବିବିଏସ୍ ଛାତ୍ର ଏକ ସଙ୍ଗେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି ସମସ୍ତ ଛାତ୍ର କରୋନାର ପ୍ରଥମ ପାନ ଟିକା ନେଇଥିଲେ। ତେବେ କେତେକଙ୍କଠାରେ କରୋନାର ଦୁର୍ବଳ ଲକ୍ଷଣ ଦେଖିବାକୁ ମିଳିଛି ।
ମୁମ୍ବଇ ମେୟର କିଶୋରୀ ପେଡନେକର କହିଛନ୍ତି ଯେ ଏହି ସଂକ୍ରମଣ ମାମଲା କଲେଜ ଭିତରେ ଚାଲିଥିବା କୌଣସି ସାଂସ୍କୃତିକ କିମ୍ବା କ୍ରୀଡା କାର୍ଯ୍ୟର ପରିଣାମ । କେଇଏମ ହସ୍ପିଟାଲକୁ ମୁମ୍ବଇର ସବୁଠୁ ବଡ ଡାକ୍ତରଖାନା ବୋଲି କୁହାଯାଏ । ଏହି ହସ୍ପିଟାଲରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ବାୟୁସେନା ମଧ୍ୟ ଫୁଲ ବର୍ଷା କରିଥିଲେ।
ସୂଚନା ଯୋଗ୍ୟ ମହାରାଷ୍ଟ୍ରରେ ଦେଶର ସର୍ବାଧିକ ସଂଖ୍ୟକ କରୋନା ସଂକ୍ରମଣ ମାମଲା ରହିଛି। ବର୍ତ୍ତମାନ ସୁଦ୍ଧା ମୁମ୍ବାଇରେ ମୋଟ ୭,୪୨,୫୪୮ ସଂକ୍ରମଣର ରିପୋର୍ଟ ହୋଇଛି। ସେଥିମଧ୍ୟରୁ ୧୬,୧୦୩ ଜଣଙ୍କର ମୃତ୍ୟୁ ହୋଇଥିଲା । ୭,୧୯,୨୧୮ ଲୋକ ଆରୋଗ୍ୟ ହୋଇଥିବାବେଳେ ୪,୭୨୪ ଲୋକ ସଂକ୍ରମିତ ଅଛନ୍ତି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍