September 18, 2025

ମୂର୍ତ୍ତିର ଉଚ୍ଚତା ପରୋକ୍ଷରେ ସଂକ୍ରମଣ ବଢାଇବ

 

ଭୁବନେଶ୍ବର: ପାର୍ବଣରେ ସଂକ୍ରମଣ ଓ ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀ କରାଯାଇଛି ଏଥିରେ କୁଯାଇଛି ଯେ ମୂର୍ତ୍ତିର ଉଚ୍ଚତା ପରୋକ୍ଷରେ ସଂକ୍ରମଣ ବଢାଇବ।

ଏହି ସାମ୍ବାଦିକ ସମ୍ମିଳନୀରେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଯଦିଓ ସଂକ୍ରମଣ କମିଛି ତଥାପି ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ। କିଛି ରାଜ୍ୟରେ ସଂକ୍ରମଣ ଏବେ ବି ଅଧିକ ରହିଛି। ପୂର୍ବ ଥର ମଧ୍ୟ କିଛି ରାଜ୍ୟରେ ସଂକ୍ରମଣ ବଢି ଚାରି ଆଡକୁ ବ୍ୟାପି ଯାଇଥିଲା । ଆଗକୁ ପାର୍ବଣ ଋତୁ ରହିଛି। ତେଣୁ ଆମେ ଏମିତି ଭୁଲ୍ କରିବା ନାହିଁ ଯାହାଦ୍ୱାରା ସଂକ୍ରମଣ ପୁଣି ବଢ଼ିବ। ତେଣୁ କଟକଣା ମାନନ୍ତୁ। ପ୍ରଥମେ ଶରୀରକୁ ଦେଖନ୍ତୁ ପରେ ଧର୍ମ ପାଳନ କରିବା।

ଠିକ୍ ସେହିପରି , ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ମୂର୍ତ୍ତି ଉଚ୍ଚତା ସହ ସଂକ୍ରମଣର ଯଦିଓ ସିଧାସଳଖ ସମ୍ପର୍କ ନାହିଁ। ମାତ୍ର ଏହାଦ୍ବାରା ଲୋକଙ୍କ ଭିଡ଼ ବଢିବାର ସମ୍ଭାବନା ରହିବ। ଅନ୍ୟ ରାଜ୍ୟ ସରକାରମାନେ ମଧ୍ୟ ମୂର୍ତ୍ତି ଉଚ୍ଚତାରେ କିଛି କଟକଣା କରିଛନ୍ତି। ମୂର୍ତ୍ତି ବଡ଼ ହେଲେ ଲୋକେ ଆକର୍ଷିତ ହୋଇ ଭିଡ଼ କରିବେ। ତେଣୁ ଆମେ ମଧ୍ୟ ସଂକ୍ରମଣ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଛୁ।

ଏଣେ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ମୂର୍ତ୍ତି ଉଚ୍ଚତା  ପରୋକ୍ଷରେ ସଂକ୍ରମଣ ବଢାଇବ। ମୂର୍ତ୍ତି ଉଚ୍ଚ ହେଲେ ଅନ୍ୟାନ୍ୟ ଜିନିଷ ବି ବଢ଼ିବ। ମହାରାଷ୍ଟ୍ରରେ ମଧ୍ୟ ଗଣେଶ ପୂଜାରେ ଗଣେଶଙ୍କ ମୂର୍ତ୍ତିର ଉଚ୍ଚତା କମାଯାଇଛି। ଓନମ ପର୍ବ ଦ୍ୱାରା କେରଳରେ ସ୍ଥିତି କଣ ହେଲା ସମସ୍ତେ ଜାଣନ୍ତି। ମୂର୍ତ୍ତିର ଉଚ୍ଚତା ୨ କି ୪ ଫୁଟ ହେଉ ପଛେ ଆମର ଭକ୍ତି ରହୁ। ଜଣେ ସଂକ୍ରମିତ ହେଲେ ଅନେକ ଲୋକ ସଂକ୍ରମିତ ହେବେ।

Spread the love